-
ନୂଆପଡା କଟକ ସମେତ ୬ ଗୋଟି ସ୍ଥାନରେ ପୃଥକ ପୃଥକ ଚଢ଼ଉ
ନୂଆପଡ଼ା, ନୂଆପଡା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଚଢ଼ଉ କରିଛି ଭିଜଲାନ୍ସ । ନୂଆପଡ଼ା, କଟକ ୬ ଗୋଟି ସ୍ଥାନରେ ପୃଥକ ପୃଥକ ଭାବରେ ଚଢ଼ଉ କରାଯାଇଥିବା ସୂଚନା ମିଳିଛି । ବାସଗୃହ ବାଲିସହି ମଧୁପାଟଣା, ତିନି ମହଲା କୋଠା ଚଉଳିଆଗଞ୍ଜ, କଟକ, ନାଟରାଜ ପେଲେସ, କଲ୍ୟାଣ ମଣ୍ଡପ କଟକ, ଚୌଦ୍ବାର ଠାରେ ୩ ଏକର ଜମି ପାଚେରୀ, ନୂଆପଡା ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟ, ନୂଆପଡା ଠାରେ ଥିବା ଭଡା ଘର ଉପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ହୋଇଛି । ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଚାଲୁଅଛି । ସେ ୧ କୋଟି ୧୩ ଲକ୍ଷ ଟଙ୍କାର ବିଭିନ୍ନ ବୀମା ଟଙ୍କା ପଇଠ କରୁଛନ୍ତି। ୪୯୮ ଗ୍ରାମର ସୁନା ଗହଣା, ୨.୫ କେଜିର ରୂପା ଅଳଙ୍କାର, ଆଜି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଅଛି। କଟକ ଏବଂ ଜୟପୁର ଭିଜଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିବା ଜଣାପଡିଅଛି ।