ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସୁଶାସନ, ସ୍ବଚ୍ଛ ଭାବମୂର୍ତ୍ତି ଓ ଲୋକାଭିମୁଖୀ ଯୋଜନାରେ ଅନୁପ୍ରାଣିତ ହୋଇ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ସିଆଳ ଗ୍ରାମପଞ୍ଚାୟତ ଗିଲିନାସୀ ଗ୍ରାମର ରାଜ କିଶୋର ପ୍ରଧାନ, ବାବୁଲା ପ୍ରଧାନ, ଶୁଭଙ୍କର ପ୍ରଧାନ ଓ ସୋମନାଥ ପ୍ରଧାନଙ୍କ ପରିବାର ବିଜେପି ପାର୍ଟି ପରିତ୍ୟାଗ କରି ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ତୃଣମୂଳସ୍ତରରେ ସଙ୍ଗଠନକୁ ଆହୁରି ମଜବୁତ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତାକୁ ସୁଦୂରପ୍ରସାର କରିବେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ସିଆଳ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ମାଝୀ ଓ ସମିତି ସଭ୍ୟ ଭୀମସେନ ସେଠୀ (ରାଜ) ଉପସ୍ଥିତ ଥିଲେ।
ଏଥି ସହିତ କୃଷ୍ଣପ୍ରସାଦ ଗ୍ରାମପଞ୍ଚାୟତ ଇପିଙ୍ଗ ଗ୍ରାମର ଶରତ ଚନ୍ଦ୍ର କେଶରୀ, ରଞ୍ଜିତା ପାହଣ, ଶରତ ପାତ୍ର, ବିରଞ୍ଚିନାରାୟଣ କେଶରୀ, ସୁରେନ୍ଦ୍ର ପଣ୍ଡା, ଧୋବା ବାରିକ, ମାନସ ବାରିକ, ପ୍ରଶାନ୍ତ କୁମାର ପଣ୍ଡା, ସୁକାନ୍ତ କୁମାର ବାରିକ, ଗିରିଧାରୀ ବିଶ୍ୱାଳ, ବିଜୟଲକ୍ଷ୍ମୀ ସିଂ, ଭଗବାନ ସେନାପତି ଓ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ପରିବାର ବିଜେପି ପାର୍ଟି ପରିତ୍ୟାଗ କରି ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, କୃଷ୍ଣପ୍ରସାଦ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ଶ୍ରୀମତୀ ଇତିଶ୍ରୀ ସିଂ ଓ ସମିତି ସଭ୍ୟା ପ୍ରାର୍ଥୀନୀ ମିନର୍ଭା ପାତ୍ର ଉପସ୍ଥିତ ଥିଲେ।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଲୋକନାଥ ସେଠୀଙ୍କ ନେତୃତ୍ୱରେ ବହୁ କର୍ମୀ ଏବଂ ୩୫ ମଉଜା ମୁରବି ବ୍ରଜ ଗୌଡ ବିଜେପି ପାର୍ଟି ପରିତ୍ୟାଗ କରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସ ବର୍ମାଙ୍କ ଉପସ୍ଥିତରେ ଆଜି ବିଦ୍ଧି ବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ, ବଜ୍ରକୋଟ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଭଗବାନ ସେଠୀ ଓ ସମିତି ସଭ୍ୟା ପ୍ରାର୍ଥୀନୀ ଉମା ନାୟକ ଉପସ୍ଥିତ ଥିଲେ।