କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସୋମବାର ଦିନ 11 ଘଟିକାରେ ପୁରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶା ଅଭିଭାବକ ମହାସଂଘ କହିଛି ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ସର୍ବଦା କାର୍ଯ୍ୟରତ l ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମlଞ୍ଚଳରେ ବସବାସ କରନ୍ତି l ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧି ନିର୍ବାଚିତ କରିବେ l ଶିକ୍ଷା ବିନା ପ୍ରଗତି ଅସମ୍ଭବ l ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ l
ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବlକୁ ସମସ୍ତ ରାଜନୈତିକ ଦଳ ତଥା ପଂଚାୟତ ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କୁ ନିବେଦନ କରିଛି l ଯେଉଁ ପ୍ରାର୍ଥୀମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ ବୋଲି ମହାସଂଘ ଜନସାଧାରଣଙ୍କ ନିକଟରେ ଅପିଲ କରିଛି l ମହାସଂଘ ବିଭିନ୍ନ ରାଜନୈତିକ ଦଳର ମୁଖିଆଙ୍କୁ ଚିଠି ଦେଇ ତଥା ସାକ୍ଷାତ କରି ଉପରୋକ୍ତ ଶପଥ ପତ୍ର ପ୍ରଦାନ ପାଇଂ ନିବେଦନ କରିଛି ବୋଲି ଅଧକ୍ଷ୍ୟ ଶ୍ରୀ ବାସୁଦେବ ଭଟ୍ଟ ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l
1992 ମସିହାରେ 73 ତମ ସମ୍ବିଧାନ ସଂଶୋଧନ ଅନୁସାରେ 11 ଧାରା ଅନୁସାରେ 29 ଟି ବିଭାଗ ପଂଚାୟତକୁ ହସ୍ତାନ୍ତର କରାଯାଇଛି l ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ମାନେ ସେମାନଙ୍କ ଦାୟିତ୍ୱ ନେବାପାଇଁ ଚାହୁଁଥିଲେ ମଧ୍ୟ୍ୟ ସରକାରୀ ଅବହେଳା ପାଇଁ ଏହା ଲାଗୁ ହୋଇ ପାରି ନାହିଁ l ଓଡ଼ିଶାରେ ପ୍ରାୟ 8750 ସ୍କୁଲ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ହୋଇଛି, ଅଭିଭାବକ ମାନେ ଦାବି କରୁଛନ୍ତି ଯେଉଁ ସ୍କୁଲରେ ପିଲା ଅଛନ୍ତି ତାହାକୁ ଖୋଲନ୍ତୁ l ତାସହ 25% ବେସରକାରୀ ସ୍କୁଲରେ ମାଗଣା ନାମ ଲେଖା, ପାଠପଢା ଛାଡୁଥିବା ପିଲା ମାନଙ୍କୁ ପୁଣି ପଢେଇବା, ଅଭିଭାବକ ଓ ପିଲାଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବର୍ଷକୁ ଦୁଇ ଥର ଓ ବହି ଓଜନ କମେଇବା ପାଇଁ NCERT, SCERT ବହି ପ୍ରଚଳନ କରିବା ଆଦି 5 ଗୋଟି ବିଷୟରେ ସର୍ବସାଧାରଣ ଶପଥନାମା ଦେବାପାଇଁ ସବୁ ଦଳର ନେତାଙ୍କୁ ଆହ୍ୱାନ ଦେଇଛନ୍ତି l ଏହି କ୍ରମରେ ରାଜ୍ୟରେ ସମସ୍ତ ଜିଲ୍ଲା, ବ୍ଲକ ସ୍ତରରେ ମଧ୍ୟ ମହାସଂଘର ପ୍ରତିନିଧି ମlନେ ରାଜନୈତିକ ଦଳର ଜିଲ୍ଲା ସଭାପତି, ବ୍ଲକ, ସଭାପତି ମାନଙ୍କୁ ଭେଟି ଅପିଲ କରୁଛନ୍ତି ବୋଲି ମଧ୍ୟ ମହାସଂଘ ସାମ୍ବାଦିକ ସମ୍ମିଳନୀରେ କହିଛି l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଓଡିଶା ଅଭିଭାବକ ମହାସଂଘ ର ଅଧକ୍ଷ ଶ୍ରୀ ବାସୁଦେବ ଭଟ୍ଟଙ୍କ ସହିତ ସହ ଅଧକ୍ଷ୍ୟ ଶ୍ରୀ ପ୍ରସନ୍ନ ବିଶୋୟୀ ,ମନୋଜ କୁମାର ଦାସ, , ସୁବୋଧ କୁମାର ସୁବୁଦ୍ଧି, ବିନୟ ନୃସିଂହ ମହାପାତ୍ର, ମାନସ ସାହୁ, ଚନ୍ଦନ କୁମାର ବାହିନୀପତି ଆଦି ଅଭିଭାବକ ମହାସଂଘ ନେତା ଉପସ୍ଥିତ ଥିଲେ l
Related Stories
November 23, 2024