ସମ୍ବଲପୁର, ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ୨୧ ଦିନ ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଆଜି ଖୋଲିଛି ମା ସମଲେଶ୍ୱରୀଙ୍କ ମନ୍ଦିର । କୋଭିଡ଼୍ କଟକଣାକୁ ଅନୁପାଳନ କରି ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରୁଛନ୍ତି । ସକାଳ ୬ଟା ରୁ ଦିନ ୧୧ଟା ଏବଂ ଅପରାହ୍ନ ୧ଟା ଠାରୁ ସଂନ୍ଧ୍ୟା ସାଢ଼େ ୭ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ କୋଭିଡ଼୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଗତ ଜାନୁଆରୀ ୧୧ ତାରିଖ ଠାରୁ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ଜିଲ୍ଲା ପ୍ରଶାସନର ନିଷ୍ପତି କ୍ରମେ ପୁଣି ଥରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଖୋଲିଛି ମା ସମଲେଶ୍ୱରୀଙ୍କ ମନ୍ଦିର ।