ବଲାଙ୍ଗିର, ବଲାଙ୍ଗିରର ଜଣାଶୁଣା ସମାଜସେବୀ ରୁଗୁଡିପଡ଼ା ନିବାସୀ ସୁମନ୍ତ ଭୋଇ ( ୫୬)ଙ୍କ ଗତ ରାତିରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ସୁମନ୍ତ ବଲାଙ୍ଗିରର ବିଶିଷ୍ଟ ଆଇନଜୀବୀ ସ୍ଵର୍ଗତ ରଜନୀକାନ୍ତ ଭୋଇଙ୍କ ସୁପୁତ୍ର । ସେ ସମସ୍ତଙ୍କର ଅତି ପ୍ରିୟପାତ୍ର ଥିଲେ। ସେ ରାଜହଂସ ବସ୍ ର ମାଲିକ । ଗତକାଲି ଘରୋଇ ବସ୍ ମାଲିକ ସଂଘର କାର୍ଯ୍ୟକ୍ରମରେ କୋସଲି ଭାଷା ସାହିତ୍ୟ ସାଧକ ପଦ୍ମଶ୍ରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କବି ନରସିଂହ ପ୍ରସାଦ ଗୁରୁଙ୍କୁ ଦିଆ ଯାଇଥିବା ସମ୍ବର୍ଦ୍ଧନା ସଭାରେ ସେ ଯୋଗ ଦେଇଥିଲେ । ବନ୍ଧୁ ମାନଙ୍କ ସହିତ ରାତି ୧୧ ଟା ପର୍ଯ୍ୟନ୍ତ ରହି ବିଳମ୍ବିତ ରାତିରେ ଘରକୁ ଯାଇ ରାତିରେ ଶୋଇଥିବା ବେଳେ ୧୨ଟା ୪୦ ରେ ତାଙ୍କର ହୃଦଘାତ ହୋଇ ଗୋଟାଏ ବେଳେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଆଜି ସକାଳେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଏଠାରେ ଶୋକର ଛାୟା ଖେଳିଯାଇଛି । ପିଲାଦିନରୁ କ୍ରିକେଟ ଖେଳାଳି ରୂପେ ଏବଂ ପରବର୍ତି ସମୟରେ ସେ ସମାଜସେବୀ ରୂପେ ନିଜର ପରିଚୟ ସୃଷ୍ଟି କରିଥିଲେ ।