ନୂଆପଡ଼ା, ନୂଆପଡା ଜିଲ୍ଲା ସହ ଖଡିଆଳ ଅଂଚଳରେ ପ୍ରବଳ ଶୀତ ଲହରୀ ଜାରୀ ରହିଥିବା ବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି । ପ୍ରବଳ ଶୀଳ ଅନୁଭୂତ ହେଉଥିବାରୁ ଲୋକେ ଶୀତରୁ ଆଶ୍ବସ୍ତି ପାଇବା ପାଇଁ ବିଭିନ୍ନ ସ୍ଥାନରେ ନିଆଁ ଜାଳି ସେକି ହେଉଥିବା ଦେଖିବାକୁ ମିଳିଛି ।
ଗତ କିଛି ଦିନ ହେବ ଅଧିକ ଶୀତ ଅନୁଭୂତ ହେଉଥିବା ବେଳେ ଆହୁରି ଶୀତ ବଢିବ ବୋଲି ଜଣାପଡିଛି । ଫଳରେ ତାପମାତ୍ରା ମଧ୍ୟ କମ୍ ରହୁଛି, ପ୍ରତିଦିନ ସକାଳ ସମୟରେ ଘନକୁହୁଡି ଦେଖାଯାଉଛି । ଜିଲ୍ଲାରେ ପାର୍ବତ୍ୟାଚଂଳ ମାନଙ୍କରେ ଏହି ତାପମାତ୍ରା ବହୁତ କମ୍ ରହୁଛି । ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି । ସହରାଚଂଳ ଅପେକ୍ଷା ଗ୍ରାମାଚଂଳରେ ଶୀତର ପ୍ରକୋପ ବିଶେଷ ରୂପେ ଅଧିକ ଅନୁଭବ ହେଉଥିବା ବେଳେ ସନ୍ଧ୍ୟା ସମୟରୁ ଗ୍ରାମାଚଂଳରେ ଥଣ୍ଡା ପବନ ବୋହୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗ୍ରାମାଂଚଳର ଲୋକେ ନିଆଁରେ ସେକି ହେବା ସହ ଗରମ ପୋଷାକ ପିନ୍ଧି ରହିଥିବା ଦେଖିବାକୁ ମିଳୁଛି । ବିଶେଷ କରି ଶୀତର ପ୍ରକୋପ ଯୋଗୁଁ ଗରିବ ବୃଦ୍ଧ ବୃଦ୍ଧା ଏବଂ ଅସହାୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।