
ନୂଆପଡ଼ା, ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଗଡ୍ରାମୁଣ୍ଡା ଠାରେ ବିଜୁ ଜନତା ଦଳର ଖଡିଆଳ ନିର୍ବାଚନ ମଣ୍ଡଳୀସ୍ତରୀୟ କାର୍ଯ୍ୟାଳୟର ଶୁଭ ଉଦଘାଟନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଖଡିଆଳ ନିର୍ବାଚନ ମଣ୍ଡଳୀର ଆଠ ଗୋଟି ଜୋନ୍ ର ଜିଲ୍ଲା ପରିଷଦ ଆସନ କିପରି ଭାବେ ବିଜୁ ଜନତା ଦଳ ଦଖଲ କରିବ ତାର ରଣନୀତି ଓ ଗୁରୁମନ୍ତ୍ର ସମସ୍ତ କର୍ମୀ ଓ ପ୍ରାର୍ଥୀ ମାନଙ୍କୁ ଦଳିୟ ନେତୃବର୍ଗ ପ୍ରଦାନ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅଧକ୍ଷତା କରିଥିଲେ ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର, ପରିଚାଳନା କରିଥିଲେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ । ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାଣ୍ଡେ, ପୂର୍ବତନ ନଗରପାଳ ଖୁଲଣା ବେହେରା, ଖଡିଆଳ ବ୍ଲକ ସଭାନେତ୍ରୀ ସବିତା ବାରିକ, ସନ୍ତୋଷ ବିଶି, ଦୈତାରୀ ମେହେର, ନିର୍ବାଚନ ମଣ୍ଡଳୀ ସଭାପତି ମହେନ୍ଦ୍ର ସୁନାନୀ, ଲୋକନାଥ ଛତ୍ରୀଆ, ଦିପକ ଖମାରୀ, ଦୟା ଥପା, ଶ୍ରୀକାନ୍ତ ମାଝି, ପରକ୍ଷିତ ସତନାମୀ ଓ ଆଠ ଗୋଟି ଜୋନ୍ ର ପ୍ରାର୍ଥୀ ଚିତ୍ତରଞ୍ଜନ ବେହେରା, ତନୟା ଶବର, ମାଲ୍ୟବନ୍ତ ସୁନା, ଡଲି ମାଝି, ସ୍ମୃତି ସିଂ ମାଝି, ପୁଷ୍ପାଞ୍ଜଳି ଗୁଆଲ, ଜାଜ୍ଞସେନୀ କଟା, ସନ୍ତୋଷୀନୀ ଅଗ୍ରୱାଲ ଓ ଶତାଧିକ କର୍ମୀ ଉପସ୍ଥିତ ରହିଥିଲେ ।