-
ସଂସଦର ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଲେ ବକ୍ତବ୍ୟ
ନୂଆଦିଲ୍ଲୀ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ବଜେଟ୍ ଅଧିବେଶନରେ ସମସ୍ତ ସାଂସଦ ତଥା ରାଜନୈତିକ ଦଳ ମାନଙ୍କୁ ମୁକ୍ତ ଓ ମାନବୀୟ ସମ୍ବେଦନାରେ ପରିପୂର୍ଣ୍ଣ ଆଲୋଚନା କରିବାକୁ ନିବେଦନ କରିଛନ୍ତି । ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଗଣମାଧ୍ୟମକୁ ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ – ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ବଜେଟ୍ ଅଧିବେଶନରେ ମୁଁ ଆପଣ ସମସ୍ତଙ୍କୁ ଏବଂ ଦେଶର ସମସ୍ତ ସାଂସଦମାନଙ୍କୁ ସ୍ୱାଗତ କରୁଛି । ଆଜିର ବିଶ୍ୱ ପରିସ୍ଥିତିରେ ଭାରତ ପାଇଁ ଅନେକ ସୁଯୋଗ ଅଛି । ଏହି ବଜେଟ୍ ଅଧିବେଶନରେ କେବଳ ଭାରତର ଅର୍ଥନୈତିକ ପ୍ରଗତି, ଭାରତରେ ଟୀକାକରଣ ଅଭିଯାନ, ଭାରତର ନିଜସ୍ୱ ଆବିଷ୍କୃତ ଟିକା ସମଗ୍ର ବିଶ୍ୱରେ ଏକ ବିଶ୍ୱାସ ସୃଷ୍ଟି କରୁଛି ।
ସେ କହିଛନ୍ତି ଯେ – ଏହି ବଜେଟ୍ ଅଧିବେଶନରେ ମଧ୍ୟ ଆମର ସାଂସଦଙ୍କ କଥାବାର୍ତା, ଆମ ସାଂସଦଙ୍କ ଆଲୋଚନାର ପ୍ରସଙ୍ଗ, ଖୋଲା ମନରେ କରାଯାଇଥିବା ଆଲୋଚନା, ବୈଶ୍ୱିକ ପ୍ରଭାର ଏକ ଗୁରୁତ୍ୱପୂର୍ଣ ସୁଯୋଗ ହୋଇ ପାରେ ।
ସେ କହିଛନ୍ତି ଯେ – ମୁଁ ଆଶା କରୁଛି ଯେ ସମସ୍ତ ସାଂସଦ, ସମସ୍ତ ରାଜନୈତିକ କ ଦଳ ନିଶ୍ଚିତ ଭାବରେ ଦେଶକୁ ପ୍ରଗତି ପଥରେ ଆଣିବାରେ ସାହାଯ୍ୟ କରିବେ ଏବଂ ଖୋଲା ମନରେ ଭଲ ଆଲୋଚନା କରି ଏହାକୁ ତ୍ୱରାନ୍ୱିତ କରିବେ ।
ସେ କହିଛନ୍ତି ଯେ ଏହା ସତ୍ୟ ଯେ ବାରମ୍ବାର ନିର୍ବାଚନ ହେତୁ ଅଧିବେଶନ ମଧ୍ୟ ପ୍ରଭାବିତ ହୁଏ, ଆଲୋଚନା ମଧ୍ୟ ପ୍ରଭାବିତ ହୁଏ । କିନ୍ତୁ ମୁଁ ସମସ୍ତ ସାଂସଦମାନଙ୍କୁ ପ୍ରାର୍ଥନା କରିବି ଯେ ନିର୍ବାଚନ ତାର ସ୍ଥାନରେ ଅଛି, ତାହା ଜାରି ରହିବ, କିନ୍ତୁ ଆମେ ଗୃହରେ … ଏହି ବଜେଟ୍ ଅଧିବେଶନ ବର୍ଷସାରା ଏକ ବ୍ଲୁ ପ୍ରିଂଟ ତିଆରି କରିଥାଏ ଏବଂ ତେଣୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଯେତିକି ପୂର୍ଣ୍ଣ ପ୍ରତିବଦ୍ଧତା ସହିତ ଏହି ବଜେଟ୍ ଅଧିବେଶନକୁ ଅଧିକ ଫଳପ୍ରଦ କରିବା , ଆଗାମୀ ବର୍ଷରେ ନୂତନ ଆର୍ôଥକ ଉଚ୍ଚତାକୁ ନେବା ପାଇଁ ଏକ ଉତ୍ତମ ସୁଯୋଗ ହେବ ।