
କେନ୍ଦୁଝର, ଆଜି ମଧ୍ୟାହ୍ନରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଗ୍ନିକାଣ୍ଡ । ସର୍ଟସର୍କିଟରୁ ଡାଏଲେସିସ୍ ରୁମ୍ ରେ ଲାଗିଛି ନିଆଁ । ଫଳରେ ଏହି ଧୂଆଁ ଭିତରେ ରୋଗୀ ମାନେ କିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇପଡିଥିଲେ । ଡାଏଲେସିସ୍ ରୁମ୍ ରୁ ୧୧ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ସହ ସେମାନେ ସମସ୍ତେ ସୁସ୍ଥ ଥିବା ମେଡ଼ିକାଲ ସୂତ୍ରରୁ ସୂଚନା ମିଳିଛି । ତେବେ ପରେ ମେଡ଼ିକାଲ କର୍ମଚାରୀ ଓ ସୁରକ୍ଷା କର୍ମୀ ମାନେ ନିଆଁକୁ ଆୟତ କରିବାରେ ସଫଳ ହୋଇଛନ୍ତି ।