ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂରକ୍ଷଣ ତାଲିକା । ଆସନ୍ତା ପୌର ନିର୍ବାଚନ ପାଇଁ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ୪୨ଟି ୱାର୍ଡ଼ରୁ ୨୧ ଟି ମହିଳା ପ୍ରାର୍ôଥନୀଙ୍କ ପାଇଁ ସଂରକ୍ଷିତ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଆସନ୍ତା ପୌର ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ୩ ଲକ୍ଷ ୫୬ ହଜାର ୫୯୮ ଜଣ ଭୋଟର ଭାଗ ନେବେ । ପ୍ରକାଶିତ ବିଜ୍ଞପ୍ତିରେ ୧୯ ନଂ ଓ ୨୩ ନଂ ୱାର୍ଡ଼ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ୯ ନଂ ଓ ୨୫ ନଂ ୱାର୍ଡ଼ରେ ଅନୁସୂଚିତ ଜାତି ଏବଂ ୧ ନଂ ୱାର୍ଡ଼ ଟି ଅନୁସୂଚିତ ଜନଜାତି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି ।
ସେହିପରି ୱାର୍ଡ଼ ନଂ ୫, ୩୦, ୬, ୧୦, ୧୫, ୪, ୩୧, ୧୬, ୩୯, ୩, ୨୦, ୧୪, ୧୩, ୩୩, ୨୮, ୩୭, ୩୬ ଓ ୩୮ ନଂ ୱାର୍ଡ଼ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ୱାର୍ଡ଼ ନଂ ୨, ୭, ୮, ୧୧, ୧୨, ୧୭, ୧୮, ୨୧, ୨୨, ୨୪, ୨୬, ୨୭, ୨୯, ୩୨, ୩୪, ୩୫, ୪୦, ୪୧ ଓ ୪୨ ନଂ ୱାର୍ଡ଼ ଅସଂରକ୍ଷିତ ରହିଛି । ଚୂଡ଼ାନ୍ତ ସଂରକ୍ଷିତ ପ୍ରାର୍ଥୀ ତାଲିକାରେ ୧୮ଟି ୱାର୍ଡ଼ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୧୯ଟି ୱାର୍ଡ଼ ଅସଂରକ୍ଷିତ ବର୍ଗ ପାଇଁ ରହିଛି । ସମୁଦାୟ ୪୨ଟି ୱାର୍ଡ଼ ମଧ୍ୟରୁ ୧୮ଟି ମହିଳା, ୨ ଟି ଅନୁସୂଚିତ ଜାତି ମହିଳା ଓ ଗୋଟିଏ ଅନୁସୂଚିତ ଜନଜାତି ମହିଳାଙ୍କୁ ମିଶାଇ ମୋଟ୍ ୨୧ ଟି ୱାର୍ଡ଼ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।