ଭୁବନେଶ୍ୱର, ଆବାସ ଯୋଜନା ନେଇ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ । ପୁଣି କେନ୍ଦ୍ରର ଅବହେଳା ଅଭିଯୋଗ । ଆବାସ ଯୋଜନାରେ ରାଜ୍ୟକୁ ବାରମ୍ବାର କେନ୍ଦ୍ରର ଅବହେଳା ନେଇ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ।
ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ଲକ୍ଷାଧିକ ହିତାଧିକାରୀ ଆବାସ ଯୋଜନାରେ ଘର ପାଇବାରୁ ବଂଚିତ ହେଉଛନ୍ତି । ଓଡିଶାରେ ବଳକା ୬ ଲକ୍ଷ ୬୫ ହଜାର ପରିବାରର ତଥ୍ୟ ପୋର୍ଟାଲେ ସାମିଲ ହୋଇନାହିଁ । ଫନିରେ ପ୍ରଭାବିତ୧ ଲକ୍ଷ ୮୪ ହଜାର ଘର ଦେବାକୁ ପ୍ରତିଶୃତି ଦେଇଥିଲେ ବି ତାହା ପୂରଣ ହୋଇନି । ସେପଟେ କର୍ଣ୍ଣାଟକରେ ଏମ୍ ଆଇ ଏସ୍ ପୋର୍ଟାଲରେ ତଥ୍ୟ ଅପଲୋଡ କରିବାକୁ ଅନୁମତି ମିଳିଛି । କର୍ଣ୍ଣାଟକର ଦାବି ପୂରଣ ହୋଇଥିଲେ ବି ଓଡିଶା ଏବେବି ଅବହେଳିତ ହୋଇଛି । ଏହାଦ୍ୱାରା ଅଧିକ ପ୍ରଭାବିତ ହେବେ ଆଦିବାସୀ ଅଧ୍ୟୁଷିତ କେବିକେ ଅଂଚଳ ଅଧିବାସୀ । ଏସମ୍ପର୍କରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିଥିଲେ ।