ନୂଆପଡ଼ା,ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ବ୍ଲକ ସମ୍ମଳନୀ କକ୍ଷ ପରିସରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପଂଚାୟତ ସରପଂଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରତିନିଧି ମାନଙ୍କୁ ନେଇ ନିର୍ବାଚନ ଖର୍ଚ ବାବଦରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରତିଦ୍ବନ୍ଦିତା କରୁଥିବା ପଂଚାୟତ ସରପଂଚ ସମିତି ସଭ୍ୟ ମାନେ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରି ପାରିବେ ନାହିଁ । ପ୍ରତ୍ୟେକ ସରପଂଚ ପ୍ରାର୍ଥି ଓ ସମିତି ସଭ୍ୟ ପ୍ରାର୍ଥୀ ୨ ଗୋଟି ଚାରି ଦୁଇଲର ଗାଡି ଓ ୫ ଗୋଟି 2 ହୁଇଲର ଗାଡ଼ି ବ୍ୟବହାର କରିପାରିବେ । ଜିଲ୍ଲା ପରିଷଦ ସଭ୍ୟ ମାନେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ସହିତ ୫ ଗୋଟି ୪ ହୁଇଲର ଗାଡି ଓ ୧୦ ଗୋଟି ଟୁ ହୁଇଲର ଗାଡି ବ୍ୟବହାର କରିପାରିବେ ବୋଲି ଜିଲ୍ଲାରୁ ଆସିଥିବା ନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରକାଶ କରିଥିଲେ । ବୈଠକରେ ଖଡିଆଳ ବିଡ଼ିଓ ନାରାୟଣ ସାହୁ , ଏବିଡିଓ ଶୁକ୍ର ରାଠୋର ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Stories
November 22, 2024