
ରାଉରକେଲା, ବିଗତ ଏକ ସପ୍ତାହ ଧରି ସାଂସଦ ଜୁଏଲ ଓରାମ ଓ ଜଣେ ଯୁବତୀ ଗୌରୀ ମୁଣ୍ଡାରୀଙ୍କୁ ନେଇ ମିଡିଆରେ ବିଭିନ୍ନ ନେତା ମାନଙ୍କର ଟିପ୍ପଣୀ ଓ ଦାବିକୁ ନେଇ ନାନା ଚର୍ଚ୍ଚା ଲାଗି ରହିବା ସହ ଗିରଫଦାରୀକୁ ନେଇ ଯେଉଁ ଦାବି ଯୋରଦାର ହେଉଥିଲା ରୁଜୁ ହୋଇଥିବା ମାମଲାରେ ସେଭଳି କୌଣସି ଦଫା ଲାଗି ନାହିଁ ଯେଉଁଥିରେ ଗିରଫ କରାଯାଇପାରିବ ବୋଲି କେତେକ ଅବସର ପ୍ରାପ୍ତ ପୁଲିସ ଅଫିସର ମତ ଦେଇଛନ୍ତି । ଏହି ମାମଲା ୨୪ /୨୫ ତାରିଖରୁ ଆରମ୍ଭ ହୋଇ ପ୍ରଥମେ ଝିରିପାଣି ଥାନାକୁ ଗଲା, ସେଠାରେ ଯୁବତୀ ଗୌରୀ ଜୁଏଲ ବାବୁଙ୍କ ନାମରେ ଦଫା ୨୯୪ ଓ ୫୦୯ ଅନୁଶାରେ ମାମଲା ରୁଜୁ କଲେ । ଏହି ମାମଲାରେ ସେ ଅଭିଯୋଗ ଆଣିଛନ୍ତି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ଓ ସ୍ତ୍ରୀ ଲୋକଙ୍କ ସମ୍ମାନ ଉପତରେର ଆଂଚ ଆଣିବା । ତେବେ ଏନେଇ ପିଡିତା ଲିଖିତ ଅଭିଯୋଗ ଆଣିଛନ୍ତି, ଏହି ଗାଳିଗୁଲଜକୁ କେହି ଯଦି ଶୁଣିଛନ୍ତି ତାଙ୍କର ବୟାନ ଓ ସାକ୍ଷୀ ତଦନ୍ତ ବେଳେ ଆବଶ୍ୟକ ପଡିବ ବୋଲି ମତ ପ୍ରକାଶ ପାଇଛି । ଏହାଛଡା କଲ ରେକର୍ଡିଂ ଯଦି ପିଡିତା ଦେଇଥାନ୍ତେ ତେବେ ଦଫା ୫୦୭ ଲାଗିଥାନ୍ତା ବୋଲି ମତ ପ୍ରକାଶ ପାଇଛି । ତେବେ ବର୍ତମାନ ଏହି ମାମଲାରେ କେବଳ ତଦନ୍ତ ହେବ ଆବଶ୍ୟକ ପଡିଲେ ଅଭିଯୁକ୍ତଙ୍କୁ ଥାନାରୁ ନୋଟିସ ଦେଇ ଛାଡି ଦିଆଜିବ କାରଣ ଏଥିରେ ୭ ବର୍ଷ ଜେଲ୍ ବ୍ୟବସ୍ଥାର ଦଫା ଲାଗି ନାହିଁ ପୁଲିସ ଗିରଫ କରିପାରିବ ନାହିଁ ବୋଲି ଅଭିଜ୍ଞ ଅବସରପ୍ରାପ୍ତ ପୁଲିସ ଅଫିସର ମତ ଦେଇଛନ୍ତି ।
ସେହିଭଳି ଗୌରୀଙ୍କ ବିରୋଧରେ ବିଜେପି ଦଳର ସ୍ଥାନୀୟ ସଭାନେତ୍ରୀ ଲତିକା ପଟ୍ଟନାୟକ ସେକ୍ଟର ୩ ଥାନାରେ ଯେଉଁ ଅଭିଯୋଗ ଆଣିଛନ୍ତି ସେ ନେଇ ପୁଲିସ ଦଫା ୪୪୮,୪୨୭,୨୯୪,୫୦୬ ଓ୩୪ ଆଇପିସିରେ ମାମଲା ରୁଜୁ କରିଛନ୍ତି । ଏହି ଦଫା ଗୁଡିକରେ ମଧ୍ୟ ୭ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ନାହିଁ । ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ ଥାନାରୁ ନୋଟିସ ଦେଇ ଛାଡିବେ । ଉଭୟ ମାମଲାରେ ତଦନ୍ତରୁ ଯଦି କିଛି ପ୍ରମାଣ ମିଳିଲା ତେବେ କୋର୍ଟକୁ ମାମଲା ଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ତେବେ ମୋଟା ମୋଟି ଏହି ଦୁଇ ମାମଲାକୁ ଦେଖାଗଲେ କେବଳ ହୋ ହଲ୍ଲା ହେବା ଛଡା ମାମଲାରେ ସେଭଳି କୌଣସି ଦମ୍ ନାହିଁ । ମାମଲା ରୁଜୁ କରାଜିବା ପରେ ଏହାକୁ ନେଇ କେବଳ ବୟାନ ବାଜି ଛଡା ଆଉ କିଛି ନାହିଁ । ତେବେ ଗୌରୀ ମହିଳା କମିଶନର ଦ୍ୱାରସ୍ଥ ହୋଇଛନ୍ତି, ମହିଳା କମିଶନ ମଧ୍ୟ ଏହା ଉପରେ ବୟାନ ରଖିଛନ୍ତି । ଭାରତୀୟ ଦଣ୍ଡବିଧି ଆଇନ ବ୍ୟବସ୍ଥା ପରେ କମିଶନ ଏହାକୁ କିଭଳି ନେବେ ତାହା ସମୟ କହିବ । ସେପଟେ ବିଜେପି ମହିଳା ମୋର୍ଚ୍ଚା ବର୍ତମାନ ଗୌରୀଙ୍କ ଗିରଫଦାରୀକୁ ନେଇ ହୋ ହଲ୍ଲା ଆରମ୍ଭ କରିବ ବୋଲି ଖବର ମିଳିଛି, ଏନେଇ ଆସନ୍ତା କାଲି ମୋର୍ଚ୍ଚା ପକ୍ଷରୁ ମିଡିଆକୁ ମଧ୍ୟ ଡକାଯାଇଥିବା ଖବର ମିଳିଛି, ହେଲେ ଯେତେ ପାଟିକଲେ ମଧ୍ୟ ଗୌରୀଙ୍କୁ ପୁଲିସ ଗିରଫ କରିପାରିବ ନାହିଁ ବୋଲି ହୋଇଥିବା ମାମଲାରୁ ଷ୍ପଷ୍ଟ ହୋଇଛି । ତେବେ ଆରମ୍ଭ ହୋଇଥିବା ଏହି ମାମଲାରେ ଉଭୟ ପକ୍ଷଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିବା ପରେ ଜିଏ ଯେତେ ଡେଇଁବା କଥା ଡେଇଁଲେ ଧିରେ ଧିରେ ଏହା ଶାନ୍ତ ପଡିଜିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।