ଭୁବନେଶ୍ୱର ,ଓଡ଼ିଶା ପ୍ରଦେଶ କଂଗ୍ରେସ ପଂଚାୟତ ଓ ପୌର ନିର୍ବାଚନ ପରିଚାଳନା କମିଟି ନିଷ୍ପତି ଅନୁଯାୟୀ ନିର୍ବାଚନ ପରିଚାଳନା ପାଇଁ ଦଳୀୟ ସାଂଗଠନିକ ଜିଲ୍ଲା ପାଇଁ ସଂଯୋଜକ ନିଯୁକ୍ତି ଦିଆଯାଇଛି । ଏହି ସଂଯୋଜକମାନେ ପିସିସି ତରଫରୁ ଜିଲ୍ଲା ଦାୟୀତ୍ୱରେ କାର୍ଯ୍ୟ କରୁଥିବା ପ୍ରଭାରୀ ଓ ସହପ୍ରଭାରୀ ମାନଙ୍କ ସହଯୋଗରେ ନିର୍ବାଚନ ପରିଚାଳନା କରିବେ ବୋଲି ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ପ୍ରଦେଶ କଂଗ୍ରେସ ନିର୍ବାଚନ ମିଡିଆ ଇନଚାର୍ଜ ମନୋଜ ମହାପାତ୍ର । ଅନୁଗୁଳ ଜିଲ୍ଲା- ରାମଚନ୍ଦ୍ର ଖୁଂଟିଆ, ବାଲେଶ୍ୱର -ନବଜ୍ୟୋତି ପଟ୍ଟନାୟକ, ବରଗଡ଼- ସତ୍ୟ ଭୂଷଣ ସାହୁ ଓ ପ୍ରଦୀପ ଦେବତା, ଭଦ୍ରକ- ମଧୁସ୍ମିତା ସେଠୀ, ଭୁବନେଶ୍ୱର- ଗଣେଶ୍ୱର ବେହେରା ଓ ପଂଚାନନ କାନୁନଗୋ, ବଲାଙ୍ଗିର ଓ ସୋନପୁର- ସମରେନ୍ଦ୍ର ମିଶ୍ର, ବୌଦ୍ଧ- ମନୋରଞ୍ଜନ ଦାଶ, କଟକ- ମାନସ ଚୌଧୁରୀ, କଟକ ସିଟି – ମହମ୍ମଦ ମୋକିମ, ସମ୍ବଲପୁର ଓ ଦେଓଗଡ଼- ଶରତ ପଟ୍ଟନାୟକ, ଢ଼େଙ୍କାନାଳ- ସୁରେଶ ମହାପାତ୍ର ଓ ବାଙ୍କନିଧି ବେହେରା, ଗଞ୍ଜାମ- ରମେଶ ଚନ୍ଦ୍ର ଜେନା, ଗଜପତି- ଦାଶରଥି ଗମାଙ୍ଗୋ, ଜଗତସିଂହପୁର- ଚିରଞ୍ଜିବ ବିଶ୍ୱାଳ, ଯାଜପୁର- ଶରତ ରାଉତ, ଝାରସୁଗୁଡ଼ା- କିଶୋର ଚନ୍ଦ୍ର ପଟେଲ, କଳାହାଣ୍ଡି- ଭକ୍ତଚରଣ ଦାସ ଓ ଅଧିରାଜ ମୋହନ ପାଣିଗ୍ରାହି, କନ୍ଧମାଳ- ବିସ୍ମୟ ମହାପାତ୍ର, କେନ୍ଦ୍ରପଡ଼ା- ମହମ୍ମଦ ମୋକିମ ଓ ଗଣେଶ୍ୱର ବେହେରା, କେଉଁଝର ଓ ମୟୁରଭଞ୍ଜ- ଜୟଦେବା ଜେନା, ଖୋର୍ଦ୍ଧା- ସୁରେଶ କୁମାର ରାଉତରାୟ, କୋରାପୁଟ ଓ ନବରଙ୍ଗପୁର- ତାରାପ୍ରସାଦ ବାହିନୀପତି, ମାଲକାନଗିରି- ଭୂଜବଳ ମାଝୀ, ନୂଆପଡ଼ା- ସନ୍ତୋଷ ସିଂ ସାଲୁଜା, ନୟାଗଡ଼- ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୁରୀ- ଜାନକୀ ବଲ୍ଲଭ ପଟ୍ଟନାୟକ, ରାୟଗଡ଼ା- ସପ୍ତଗିରୀ ଉଲ୍ଲାକା, ରାଉରକେଲା- ଜର୍ଜ ତୀର୍କି, ସୁନ୍ଦରଗଡ଼- ଡ.ସିଏସ ରାଜନ ଏକାଙ୍କୁ ପ୍ରଦେଶ ନିର୍ବାଚନ କମିଟି ତରଫରୁ ଦାୟୀତ୍ୱ ଦିଆଯାଇଛି ।