-
ରାଜ୍ୟରେ ଶୀତ ଲହରୀ
ଭୁବନେଶ୍ୱର, ରାଜ୍ୟର ୧୦ଟି ସହରର ରାତ୍ରି ତାପମାତ୍ରା ୧୦ ଡିଗ୍ରି ସେଲସିୟସ ତଳେ ରହିଛି । ଫୁଲବାଣୀ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଏହା ସବୁଠାରୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏଣେ ଦାରିଙ୍ଗବାଡ଼ିରେ ରାତ୍ରି ତାପମାତ୍ରା ୭ ଡିଗ୍ରି ସେଲସିୟସ ଥିଲା ।ଏହାଛଡ଼ା କେନ୍ଦୁଝରରେ ୬.୪, ବୌଦ୍ଧରେ ୮.୫,ସୋନପୁରରେ ୭.୯, ଭବାନୀପାଟଣାରେ ୯, ଝାରସୁଗୁଡ଼ାରେ ୭.୬, ବଲାଙ୍ଗୀର ଓ କୋରାପୁଟରେ ୯ ଏବଂ ହୀରାକୁଦରେ ୯.୬ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି । ଆଇଏମଡି ଆଂଚଳିକ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ରାଜ୍ୟରେ ଆହୁରି ୨୪ ଘଂଟା ଶୀତ ଲହରି ଜାରି ରହିବ ବୋଲି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟକୁ ପ୍ରବେଶ କରୁଥିବା ଉତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଂଚଳରେ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରି ତଳେ ରହିବ । ତେବେ ୩୧ ତାରିଖରୁ ରାତ୍ରି ତାପମାତ୍ରା ବଢ଼ିବ ବୋଲି ଜଣାଯାଇଛି । ଫେବ୍ରୁଆରି ୪ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବେ ବୋଲି ସୂଚନା ଦିଆ ଯାଇଛି ।