ଝାରସୁଗୁଡ଼ା, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କୁହାକୁଣ୍ଡା ଗ୍ରାମରେ ଝାଡ଼ାବାନ୍ତିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ଲଖନପୁର ମେଡ଼ିକାଲରେ ଭର୍ତି କରାଯାଇଛି । ଅନ୍ୟପକ୍ଷରେ ଲୋକଙ୍କ ଝାଡ଼ାବାନ୍ତି ପଛରେ କଣ କାରଣ ରହିଛି, ତାହାର ଅନୁଧ୍ୟାନ ପାଇଁ ଘଟଣାସ୍ଥଳକୁ ମେଡ଼ିକାଲ ଟିମ୍ ପଠାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।