ଗଞ୍ଜାମ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳି ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଂଚଳର ଚାଷୀଙ୍କୁ ମିଳିଥିବା ଟୋକନ୍ ଅବଧି ଶେଷ ହୋଇଯିବା ପରେ ଧାନ ମଣ୍ଡିକୁ ଯାଇପାରିନଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗତ ଲଘୁଚାପଜନିତ ବର୍ଷାରେ କ୍ଷେତରେ ଧାନ ଓଦା ହୋଇ ଯାଇ ରଙ୍ଗରେ ସାଧାରଣ ପରିବର୍ତନ ହୋଇଯିବାରୁ ମିଲର ମାନେ ଚାଷୀଙ୍କ ଠାରୁ ଧାନ ନେଉନାହାଁନ୍ତି, ଏଣେ ପ୍ରଶାସନ ପକ୍ଷରୁ ଧାନ ଗ୍ରେଡିଂ ନକରି ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧର ମିଲର ଓ ମଣ୍ଡି ବାଲା ମନମୁଖୀ କାରବାର କରି ଚାଷିଙ୍କୁ ହଇରାଣ ଏବଂ ହଟହଟା କରି ଧାନ ନେଉନଥିବାରୁ ବିଶେଷ କରି ଶେରଗଡ଼ ଓ ପିତଳ ଅଂଚଳର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଶେରଗଡ଼ ତହସିଲଦାର, ବିଡ଼ିଓ, ଏଫଏସ ଏଣ୍ଡ ସିଡବ୍ଲୁ, ବିଭାଗ ଅଧିକାରୀ ଘଟଣାର ତଦନ୍ତ କରିବାକୁ ଦାବି ହେଉଛି ।