
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଛତ୍ରପୁର ସିଭିଲ କୋର୍ଟରେ ନୂତନ ଜେଏମଏଫସି ଭାବେ ପ୍ରଜ୍ଞା ପାରମିତା ପ୍ରତିହାରୀ ଦାୟୀତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ସୋର, ବାଲେଶ୍ୱର କୋର୍ଟରେ ଦାୟୀତ୍ୱ ତୁଲାଇଛନ୍ତି । ଏଠାରେ କାର୍ଯ୍ୟଭାର ଗ୍ରହଣ କରିବା ପରେ କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଏପିପି ସୌରୀ ପ୍ରସାଦ ବେହେରା, ଛତ୍ରପୁର ବାର ଅସୋସିଏସନ ସଭାପତି ପ୍ରଦୀପ କୁମାର ପାଢ଼ୀ ଓ ଅନ୍ୟ ଆଇନଜିବୀ ମାନେ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଶୁଭେଚ୍ଛା ଜଣାଇଥିଲେ ।