
ଭୁବନେଶ୍ୱର, ରାଜ୍ୟର ତିନି ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରୀ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରହିଛି ।
ଅନ୍ୟ ପକ୍ଷରେ ବ୍ରହ୍ମପୁର, କଟକ, ଭୁବନେଶ୍ୱର ମହାନଗର ନିଗମ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ଚୂଡ଼ାନ୍ତ ହୋଇଛି । ସୀମା ନିର୍ଦ୍ଧାରଣ ସହ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ନେଇ ବି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ ବ୍ରହ୍ମପୁର ମହାନଗର ନିଗମର ମୋଟ୍ ୪୨ଟି ୱାର୍ଡରୁ ୨୩ଟି ୱାର୍ଡ ସଂରକ୍ଷିତ ରହିଛି । ଏଣେ କଟକରେ ମୋଟ୍ ୫୯ଟି ୱାର୍ଡରୁ ୩୩ଟି ୱାର୍ଡ ସଂରକ୍ଷିତ ରହିଛି । ଅପରପକ୍ଷରେ ଭୁବନେଶ୍ୱର ମହାନଗର ନିଗମର ୬୭ଟି ୱାର୍ଡରୁ ୩୮ଟି ସଂରକ୍ଷିତ ଥିବା କୁହାଯାଇଛି ।