
-
ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଅଛି
ଭୁବନେଶ୍ୱର ,ରାଜ୍ୟରେ ଏବେ ବି ୨୫ରୁ ୩୦ ପ୍ରତିଶତ ଡେଲ୍ଟା ଅଛି । ଯେହେତୁ ଡେଲ୍ଟା ଭରିଆଣ୍ଟ ଅଧିକ ଗୁରୁତର କରିଥାଏ, ଆମେ ନିଶ୍ଚିତ ଭାବେ କହିପାରିବା ସ୍ଥିତି ସୁଧୁରୁଥିଲେ ବି ବିପଦ ଟଳିନାହିଁ । ରାଜ୍ୟରେ କୋଭିଡ ସ୍ଥିତି ନେଇ ଏହା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ କହିଛନ୍ତି, ଆମ ରାଜ୍ୟରେ ଓମିକ୍ରନ ସହ ଡେଲ୍ଟା ଭରିଆଣ୍ଟ ରହିଛି । କିଛିଦିନ ତଳେ ହୋଇଥିବା ସାମ୍ପଲ ସର୍ଭେରୁ ଜଣାପଡ଼ିଛି । ନିଜକୁ ବିପଦମୁକ୍ତ କରି ରଖନ୍ତୁ । ଏହାର ଉପାୟ ହେଉଛି, ଯେଉଁମାନେ ଟିକା ନେଇନାହାନ୍ତି, ଟିକା ନିଅନ୍ତୁ । ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ରଖନ୍ତୁ । ଆମେ ଯେଉଁଭଳି ଭାବରେ କାର୍ଯ୍ୟକଳାପ ଜାରି ରଖିଥିଲେ, ସେହିଭଳି ଜାରି ରଖିବା ବୋଲି ସେ କହିଛନ୍ତି ।
ବର୍ତମାନ ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଛି । ଲଗାତାର ପଜିଟିଭିଟି ରେଟ କମିଚାଲିଛି । ରାଜ୍ୟର କେଉଁ ଅଞ୍ଚଳରେ ପଜିଟିଭ ବଢ଼ୁଛି କେଉଁଠି କମୁଛି, ଆମେ ସରକାରଙ୍କୁ ଟେକ୍ନିକାଲ ଇନପୁଟ ଦେବୁ । ଅନ୍ୟ ବିଭାଗ ବି ଇନପୁଟ ଦେଉଛନ୍ତି । ସବୁ ପ୍ରକାର ତଥ୍ୟକୁ ବିଶ୍ଳେଷଣ କରି ସରକାର ଫେବ୍ରୁଆରି କଟକଣା କୋହଳ ନେଇ ଶେଷ ନିଷ୍ପତି