-
ମହାରାଷ୍ଟ୍ରର ନନ୍ଦୁରବାର ଠାରେ ଅଟକି ରହିଛି ଟ୍ରେନ
ମୁମ୍ବାଇ, ଶନିବାର ଦିନ ମହାରାଷ୍ଚ୍ରର ନନ୍ଦୁରବର ଷ୍ଟେସନ ନିକଟରେ ଗାନ୍ଧୀଦାମ-ପୁରୀ ଏକ୍ସପ୍ରେସ ୧୨୯୯୩ର ଦୁଇଟି କୋଚରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି । ନନ୍ଦୁରବର ଷ୍ଟେସନ ନିକଟରେ ଟ୍ରେନଟି ଅଟକି ରହିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ୪ ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ତେବେ ଏହି ଘଟଣାରେ କ କୌଣସି କ୍ଷୟକ୍ଷତିର ଖବର ନାହିଁ । ନିଆଁ ଲାଗିବାର କାରଣ ସମ୍ପର୍କରେ ଜଣା ପଡି ନାହିଁ ।
ପଶ୍ଚିମ ରେଳ ମୁଖପାତ୍ର ସୁମିତ ଠାକୁର କହିଛନ୍ତି ଯେ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ ଗାନ୍ଧୀଧାମରୁ ପୁରୀ ଅଭିମୁଖେ ଯାଉଥିଲା । ଶନିବାର ସକାଳେ ହଠାତ୍ ଏହି ଟ୍ରେନର ପେଂଟ୍ରି ରେ ପ୍ରଥମ ଅଗ୍ନିକାଣ୍ଡ ଘଟିଥିଲା । ଏହି ସୂଚନା ପାଇବା ମାତ୍ରେ ଟ୍ରେନ୍ ନନ୍ଦୁରବର୍ ଷ୍ଟେସନ ପୂର୍ବରୁ ଅଟକି ରହିଥିଲା ଏବଂ ନିକଟସ୍ଥ ଏସି କୋଚ୍ ଅଲଗା ହୋଇଯାଇଥିଲା । ଏହା ପରେ ନିଆଁକୁ ଆୟତ୍ତ କରିଥିବା ଉଭୟ କୋଚ ଟ୍ରେନରୁ ଅଲଗା ହୋଇଥିଲେ ।
ବର୍ତ୍ତମାନ ସୁଦ୍ଧା, ଏହି ଖବର ଲେଖିବା କେହି ଯାତ୍ରୀ କିମ୍ବା କର୍ମଚାରୀ ଆହତ ହୋଇନାହାଁନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ରେଲୱେ ସୂତ୍ରରୁ ପ୍ରକାଶ ଯେ, ଏହି ଘଟଣାର ଜାଂଚ କରାଯିବ ଓ ଯାହାଦ୍ୱାରା ଅଗ୍ନିକାଣ୍ଡର କାରଣ ଜଣାପଡିବ ।