
ଭୁବନେଶ୍ୱର,କୁଖ୍ୟାତ ଜାମତରା ଗ୍ୟାଙ୍ଗର ୩ ସଦସ୍ୟ ଭୁବନେଶ୍ୱରରୁ ବନ୍ଧା ହୋଇଛନ୍ତି । ଝାଡ଼ଖଣ୍ଡରୁ ଅପରେଟ କରି ସମଗ୍ର ଦେଶର ବିଭିନ୍ନ ଅଂଚଳର ଲୋକଙ୍କ ଆକାଉଂଟ ଖାଲି କରୁଥିବା ଏହି ଗ୍ୟାଙ୍ଗର ୩ ଲୁଟେରା କ୍ରାଇମବ୍ରାଂଚ ସାଇବର ଟିମ୍ ହାତରେ ଧରାପଡ଼ିଛନ୍ତି ।
ଭୁବନେଶ୍ୱରରେ ରହିଛି ଜାମତରା ଗ୍ୟାଙ୍ଗର ବଡ଼ ନେଟୱର୍କ । ଏହି ଗ୍ୟାଙ୍ଗର କିଛି ସଦସ୍ୟ ପୂର୍ବରୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିଲେ । ଏହି ଟିମ୍ ରାଜଧାନୀରେ ଏକ ବଡ଼ ଧରଣର ଲୁଟ୍ କରିବାକୁ ଯୋଜନା କରିଥିଲେ ।
ସୂଚନାଯୋଗ୍ୟ, ଜାମତରା ଗ୍ୟାଙ୍ଗ ଝାଡ଼ଖଣ୍ଡର ହୋଇଥିବା ବେଳେ ସେଠାରୁ ପୂରା ଦେଶରେ ନିଜ ଜାଲ ବିଛାଇଛନ୍ତି । ଏପରିକି ସେମାନେ ସାଇବର ଏକ୍ସପର୍ଟଙ୍କ ସମେତ ବହୁ ଶିକ୍ଷିତ ଲୋକଙ୍କୁ ଏଥିରେ ସମ୍ପୃକ୍ତ କରି ଲୁଟ୍ ରେ ବ୍ୟବହାର କରୁଥିବା ଜଣାଯାଇଛି । ଏପରିକି ଆଖି ପିଛୁଳାକେ ୟୁପିଆଇ ଫ୍ରଣ୍ଡ, କ୍ରେଡିଟ କାଡ ଫ୍ରଡ କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ସେମାନେ ରାଜଧାନୀକୁ କେବେଠୁ ଆସିଥିଲେ, କ’ଣ ଯୋଜନା କରିଥିଲେ , କାହାକୁ ସାମିଲ କରିଥିଲେ, ନୂଆ ନିଯୁକ୍ତି କରିବାକୁ ଆସିଥିଲେ କି ଆଦି ଉପରେ ତନାଘନା ଚଳାଇଛି ସାଇବର ଟିମ୍ ।