ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ଆଇଆଇସି ୟୁ. କେ. ସାହୁଙ୍କ ନେତୃତ୍ୱରେ ଏକ ବସ୍ ନଂ -ୟୁ.ପି.ଏଫ. ଟି.୩୯୬୯ କୁ ଅଟକାଇ ଯାଂଚ୍ ବେଳେ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଓ ମାରଣାସ୍ତ୍ର ଜବତ ହୋଇଛି । ଏହି ବସ୍ ରୁ ପ୍ରାୟ ୭୭୫.୫୦. କେ.ଜି ଓଜନର ଗଞ୍ଜେଇ ଜବତ ହୋଇଛି । ୮୧ ଟି ପ୍ୟାକେଟରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା । ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧.୧୯୦/-ଟଙ୍କା, ୨ଟି ମୋବାଇଲ, ଗୋଟିଏ ରିଭଲଭର ଜବତ ହୋଇଛି । ସମ୍ପୃକ୍ତ ଦୁଇ ଅଭିଯୁକ୍ତ ହେଲେ ଅର୍ଜୁନ ବଗର୍ତି (୩୨) ବାଞ୍ଜରପାଲି, ବଲାଙ୍ଗୀର, ଏବଂ ନକୁଳ ପ୍ରଧାନ (୩୩) ତାପାଳବାଞ୍ଜି ସଦର ବଲାଙ୍ଗିର ଅଟନ୍ତି । ଏମାନେ କୋରାପୁଟରୁ ଉତର ପ୍ରଦେଶ ଅଂଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ । ଜୁନାଗଡ଼ ପୋଲିସ ଗଞ୍ଜେଇ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ।