
ମାଲକାନଗିରି, ଗତକାଲି ଚିତ୍ରକୋଣ୍ଡା ଥାନା ପୋଲିସ ଟିମ୍ ଗୋଟିଏ ମ୍ୟାକ୍ସ ପିକଅପ୍ ବୋଲେରୋ ଗାଡି ନମ୍ବର ଓଆର 0୩ ଇ ୫୨୯୪ କୁ ଏସାର ଜଙ୍କସନ (ନାକା ପଏଣ୍ଟ) ରେ ବିଦେଶୀ ମଦ ନେଇ ଯାଉଥିବା ବେଳେ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଥିବା ଦଶ ଜଣକୁ ଗିରଫ କରିଛି । ବୋଲେରୋ ପିକଅପ୍ ଗାଡ଼ିରୁ ମୋଟ୍ ୧୮୩ ଟି ବିଦେଶୀ ମଦ ବୋତଲଗୁଡିକ ବିଭିନ୍ନ ବ୍ରାଣ୍ଡର ମୋଟ୍ ୭୬ ଲିଟର ୮୪୫ ମିଲିଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଡ୍ରାଇଭର ସମେତ ୧୦ ଜଣ ଅଭିଯୁକ୍ତଙ୍କୁ ଧରାଯାଇଥିଲା, ସମସ୍ତେ ଧୂଳି ପୁଟ ଅଞ୍ଚଳ ବୋଲି ଜଣାପଡିଛି । ଚିତ୍ରକୋଣ୍ଡା ଥାନା କେସ୍ ନଂ 22, dt.27.01.2022, U / s 52 (A) ଓଡିଶା ଏକ୍ସାଇଜ୍ ଆକ୍ଟ ପଞ୍ଜିକୃତ ହୋଇଛି ସମସ୍ତ ଏବଂ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।