-
୨୪ ଜଣ ସେମାନଙ୍କର ବନ୍ଧୁକ ପୋଲିସର ଜିମା ଦେଲେ
ଗଞ୍ଜାମ, ଆସିକା ପୋଲିସ ଥାନା ଅଂଚଳରେ ଆସିକା ବ୍ଲକର ୩୩୭ଟି ଏବଂ ଶେରଗଡ଼ ବ୍ଲକର ୧୧ଟି ବୁଥ୍ ରହିଛି । ସେଥିମଧ୍ୟରୁ ୨୪ଟି ବୁଥ୍ କୁ ସ୍ପର୍ଶକାତର , ୩୬ଟି ବୁଥ୍ କୁ ଅତି ସ୍ପର୍ଶକାତର ଭାବେ ଚିହ୍ନଟ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ପଚାଂୟତ ନିର୍ବାଚନକୁ ଦୃଷ୍ଟିରେ ରଖି ୬୪୦ ଜଣଙ୍କ ନାମରେ ୧୦୭ ସିଆରପିସି ଓ ୧୫ ଜଣଙ୍କ ନାମରେ ୧୧୦ ସିଆରପିସିରେ ମାମଲା ରୁଜ୍ଜୁ ହୋଇଛି । ସେହିପରି ଆସିକା ଥାନା ଅଂଚଳରେ ଥିବା ୪୪ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକଧାରୀଙ୍କୁ ସେମାନଙ୍କ ବନ୍ଧୁକ ଆଣି ଥାନାରେ ଜିମା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ୨୪ ଜଣ ସେମାନଙ୍କ ବନ୍ଧୁକ ଥାନାରେ ପୋଲିସର ଜିମା ଦେଇ ସାରିଛନ୍ତି । ବର୍ତମାନ ଆସିକା ବ୍ଲକର ୨୦ଟି ପଚାଂୟତ ସମେତ ଶେରଗଡ଼ ବ୍ଲକ ପିତଳରେ ୪ଟି ସଶସ୍ତ୍ର ବାହିନୀ ନିୟମିତ ଭାବେ ପାଟ୍ରୋଲିଂ ଜାରୀ ରଖିଛନ୍ତି । ବିଶୃଙ୍ଖଳା, ରାଜନୈତିକ ହିଂସା ଓ ଅର୍ଥନୈତିକ କାର୍ଯ୍ୟ ସାମ୍ନାକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଆଗକୁ ପ୍ରତି ଗ୍ରାମରେ ପଇଁତରା ସହ ଛକରେ ପୋଲିସ ମୁତୟନ ପାଇଁ ଯୋଜନା ରହିଛି ।