ଭୁବନେଶ୍ୱର,ଆଗକୁ ପଂଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବ । ତେଣୁ ଏଥର ସଂକ୍ଷିପ୍ତ ବଜେଟ୍ ଆଣିପାରନ୍ତି ରାଜ୍ୟ ସରକାର । ଆଗାମୀ ବଜେଟ ଅଧିବେଶନ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ।
ସେ କହିଛନ୍ତି ଆଗରୁ ମଧ୍ୟ ପ୍ରାବଧାନ ଅଛି । ତିନି ମାସିଆ ବଜେଟ ଆସିଛି । ତେଣୁ ସେଥିରେ କିଛି ଅସୁବିଧା ନାହିଁ । ତେବେ ବଜେଟ ଅଧିବେଶ କେବେ ବସିବ ସେ ନେଇ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।