-
୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର, ରାଜ୍ୟ ମଧ୍ୟ କୁ ଉତରା-ପଶ୍ଚିମା ଥଣ୍ଡା-ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଜିଠାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଲହରୀ ଦେଖାଦେବ ଏବଂ ୩୦ ଯାଏଁ ଏହାର ପ୍ରଭାବ ରହିବ । ଆଗାମୀ ୪୮ ଘଂଟା ମଧ୍ୟରେ ରାତ୍ରି ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବ । ପାହାଡିଆ ଅଂଚଳ ସହ ଅନେକ ଆଭ୍ୟନ୍ତରୀଣ ଜିଲ୍ଲାରେ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ରୁ କମ ରେକର୍ଡ ହେବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଆଗାମୀ ୨୪ ଘଂଟା ମଧ୍ୟରେ ଶୀତ ଲହରୀ ପାଇଁ ୧୩ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା କଳାହାଣ୍ଡି , କନ୍ଧମାଳ , ନୂଆପଡା, ବରଗଡ , ବଲାଙ୍ଗୀର , ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର , ଦେବଗଡ, ଝାରସୁଗୁଡା , ସୁନ୍ଦରଗଡ, ଅନୁଗୁଳ ଓ କେନ୍ଦୁଝର । ସେହିପରି ୩୦ ତାରିଖରୁ ୩୧ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ବଲାଙ୍ଗୀର, ବରଗଡ, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେଶୀତ ଲହରୀ ହେବ । ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।
ଅପରପକ୍ଷରେ ଗତକାଲି ୧୦ ସହରରେ ରାତ୍ରି ତାପମାତ୍ରା ୧୧ ଡ଼ିଗ୍ରୀ ତଳେ ରହିଥିଲା । ଦାରିଙ୍ଗବାଡି ରେ ସର୍ବନିମ୍ନ ୬.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଫୁଲବାଣି ଓ କେନ୍ଦୁଝରରେ ୮ ଡିଗ୍ରୀ, ଝାରସୁଗୁଡା, ସୁବର୍ଣ୍ଣପୁର, ବୌଦ୍ଧ ଓ ଭବାନୀପାଟଣାରେ ୯ ଡିଗ୍ରୀ , ଅନୁଗୁଳରେ ୯.୬, କୋରାପୁଟ ଓ ନୟାଗଡରେ ୧୦ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ରେ ୧୨.୧ଡ଼ିଗ୍ରୀ ଏବଂ କଟକ ରେ ୧୩ ଡ଼ିଗ୍ରୀ ରେକର୍ଡ ହୋଇଛି ।