-
ନୋବେଲ ପୁରସ୍କାର ପ୍ରାପ୍ତି ଟାଗୋରଙ୍କ ମୂର୍ତ୍ତିକୁ ମରାମତି
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଗୁରୁବାର ପୁରୀର ପାଥର ପୁରୀ ହଷ୍ଟେଲ ମଧ୍ୟରେ ଥିବା ନୋବେଲ ବିଜେତା କବି ରବିନ୍ଦ୍ରନାଥ ଟାଗୋରଙ୍କ ନିକଟରେ ଗଣତନ୍ତ୍ର ଦିବସ ପାଳନ କରିଛି ଟିମ ଆଟା। ଭଙ୍ଗା ମୂର୍ତ୍ତି ଓ଼ ଜଙ୍ଗଲକୁ ସଫା କରି ଆଜିକୁ କିଛିଦିନ ହେବ ପରିଶ୍ରମ କରି ଟିମ ଆଟାର ସଦସ୍ୟ ମାନେ ପୁନରୁଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଟିମର ସହଯୋଗ ବଳରେ ନୋବେଲ ପୁରସ୍କାର ପ୍ରାପ୍ତି ଟାଗୋରଙ୍କ ମୂର୍ତ୍ତିକୁ ମରାମତି କରି ରଙ୍ଗ ଦେଇ ଚକାଚକ କରାଯାଇଛି। ଗଣତନ୍ତ୍ର ଦିବସରେ ମରାମତି ହୋଇଥିବା ମୂର୍ତ୍ତିରେ ଆଟାର ସଦସ୍ୟ ମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିଥିଲେ। ଏହା ସହିତ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ଦ୍ୱାରା ରଚିତ ଆମ ଦେଶର ଜାତୀୟ ସଙ୍ଗୀତ ”ଜନ ଗଣ ମନ” ଗାନ କରିବା ସହିତ ଅନ୍ୟ ମହାପୁରୁଷ ମାନଙ୍କ ଜୟ ଗାନ କରାଯାଇଥିଲା। ସମାଜ ସେବୀ ପ୍ରିୟଦର୍ଶନ ପଟ୍ଟନାୟକ(ପିକୁ) ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ର ନାଥ ଟାଗୋରଙ୍କ ଜୀବନୀ ଉପରେ ଓ ସେଠାରେ ଧ୍ୱଂସ ହୋଇ ପଡ଼ିଥିବା ପାଥର ପୁରୀ ହଷ୍ଟେଲରେ ବିତାଇଥିବା ଛାତ୍ର ଜୀବନୀ ଉପରେ ସମ୍ୟକ ସ୍ମୃତି ଚାରଣ କରିଥିଲେ। ପ୍ରଶାସନିକ ଅଧିକାରୀମାନଙ୍କ ଅବହେଳା ଯୋଗୁଁ ମହାପୁରୁଷଙ୍କୁ ଉଚିତ ସମ୍ନାନ ମିଳୁନାହିଁ।
ବିଶ୍ୱ କବି ଟାଗୋର ଭାଙ୍ଗି ଯାଇଥିବା କାନକୁ ମରାମତି କରି ଆଜି ଗଣତନ୍ତ୍ର ଦିବସ ଓଡ଼ିଶାରେ ଉଦାହରଣ ସୃଷ୍ଟି କରିଛି ଟିମ ଆଟା। ଜନ ଗଣ ମନ ଜାତୀୟ ସଙ୍ଗୀତରେ କମ୍ପି ଉଠିଥିଲା ସେଇ ସ୍ଥାନ।ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ସୁଧାଂଶୁ ଜେନା, ଉପ ସଭାପତି ବିସ୍ମୟ ମିଶ୍ର, ସମ୍ପାଦକ ଦେବାଶିଷ ଦାଶ ସହସମ୍ପାଦକ ଆଦିତ୍ୟ ନାରାୟଣ ବାରିକ, ଚିଫ ମିଡ଼ିଆ ସଂଯୋଜକ ସତ୍ୟ ନାରାୟଣ ସାହୁ, ବସ୍ତି ନେତା କୃଷ୍ଣ ପ୍ରଧାନ,ସମାଜସେବୀ ପିକୁ ପଟ୍ଟନାୟକ, ଦେବରାଜ ଦାସ, ବିପିନ ମହାନ୍ତି, ନିରାକାର ମହାରଣା, ମାନସ ରଥ, ଦେବେନ୍ଦ୍ର ସୁବୁଦ୍ଧି, ଶୁଭଶ୍ରୀ ବେହେରା, ସଚ୍ଚିଦାନନ୍ଦ ବିଶୋଇ,ମାନସ ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।