-
ଉଠାଦୋକାନୀ ଓ ବ୍ୟବସାୟୀଙ୍କ ସହ ସାମିଲ ହେଲେ ଶ୍ରୀଜଗନ୍ନାଥ ସେନାର କର୍ମକର୍ତ୍ତା
ଶ୍ରୀମନ୍ଦିର ଖୋଲିବା ନେଇ ପୁରୀ ସମୁଦ୍ରରେ ଉଠାଦେକାନୀ ଓ ବ୍ୟବସାୟୀ ମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ଚକ୍ରତୀର୍ଥ ବେଳାଭୂମିରେ ଏହି ଜଳ ସତ୍ୟାଗ୍ରହ ହୋଇଥିଲା । ସମୁଦ୍ର ଭିତରେ ବ୍ୟାନର ଧରି ଉଠାଦେକାନୀ ଓ ବ୍ୟବସାୟୀ ମାନଙ୍କ ତରଫରୁ ସାଗର ସତ୍ୟାଗ୍ରହ ମାଧ୍ୟମରେ ପ୍ରତିବାଦ କରାଯାଇଥିଲା ।
ପରମ୍ପରା ଅନୁସାରେ କୁହାଯାଏ, ମହାପ୍ରଭୁଙ୍କ ଶ୍ୱଶୁର ଘର ହେଉଛି ମହୋଦଧି ।କରୋନା ଯୋଗୁଁ ଶ୍ରୀମନ୍ଦିର ବନ୍ଦ ଥିବାରୁ ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡିଛି। ବାବସାୟୀମାନେ ବି ଅନେକ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଆର୍ଥିକ ସ୍ଥିତରେ ସୁଧାର ଆସିବା ପାଇଁ ଶ୍ରୀମନ୍ଦିର ଖୋଲାଯିବା ଅତ୍ୟନ୍ତ ଆବଶ୍ୟକ |ଏହାକୁ ଦୃଷ୍ଟିରେ ରଖି ସମୁଦ୍ର ସତ୍ୟାଗ୍ରହରେ ଶ୍ରୀଜଗନ୍ନାଥ ସେନାର କର୍ମକର୍ତ୍ତା ବି ସାମିଲ ହୋଇଥିଲେ । ତୁରନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବାକୁ ସେମାନେ ଦାବି କରିଛନ୍ତି ।