ପୁରୀ,ସ୍ୱାଧୀନତା ର ୭୫ ତମ ବର୍ଷ ଆଜାଦି ର ଅମୃତ ମହୋତ୍ସବ ରେ ସ୍ୱାଧୀନତା ରେ ନିଜ ସର୍ବସ୍ୱ ଉତ୍ସର୍ଗୀକୃତ କରିଥିବା ସଂଗ୍ରାମୀ ମାନଙ୍କ ଉଦେଶ୍ୟ ରେ “ଦେଶ ପାଇଁ ଦୀପ ଟିଏ” କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୭୫୭୫ ଟି ଦୀପ ପ୍ରଜ୍ୱଳନ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ଶରଧା ବାଲି ରେ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ପ୍ରମୁଖ ଭାବରେ ଏବିଭିପି ର ଅଖିଳ ଭାରତୀୟ ଜନଜାତି ସହ ପ୍ରମୁଖ ପ୍ରମୋଦ ରାଉତ, ବିଭାଗ ସଙ୍ଘ ଚାଳକ ମନୋରଞ୍ଜନ ସାହୁ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ କବିତା କହଁର ,ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ସହ ସଂଯୋଜକ ସ୍ମୃତି ରଞ୍ଜନ ବିଶ୍ୱାଳ , ପୁରୀ ବିଭାଗ ପ୍ରମୁଖ ଅଜିତ କୁମାର ଦଳାଇ, ପ୍ରାନ୍ତ କୋଷାଧକ୍ଷ ସୌମେନ୍ଦ୍ର ଦାସ ଉପସ୍ଥିତ ଥିଲେ ।
ଏତଦବ୍ୟତୀତ ଏହି କାର୍ଯକ୍ରମ କୁ ସଂଚାଳନ କରିବା ପାଇଁ ପୁରୀ ଜିଲ୍ଲା ପ୍ରମୁଖ ଡଃ ସସ୍ମିତା ନାୟକ , ଜିଲ୍ଲା ସଂଯୋଜକ ତାରା ପ୍ରସାଦ ଦାଶ,ବିଭାଗ ଏସ ଏଫ୍ ଏସ ପ୍ରମୁଖ ଶିବାନନ୍ଦ୍ ପାଢ଼ୀ ଉପସ୍ଥିତ ଥିବା ବେଳେ କୃଷ୍ଣଚନ୍ଦ୍ର ସାହୁ,ବାସୁଦେବ ସେନାପତି ,ବିସ୍ମୟ ରଞ୍ଜନ ପଟ୍ଟନାୟକ , ଶୁଭମ୍ ସେଠୀ,ରାଜେଶ ଉପାଧ୍ୟାୟ,ରାକେଶ ସ୍ୱାଇଁ ,ଅନିଲ ଭୋଇ ,ରଶ୍ମିତା ସାହୁ, ପଲ୍ଲବୀ, ଶିବାଶିଷ,ଚନ୍ଦନ କୁମାର ସାହୁ ,ରହି କାର୍ଯକ୍ରମ ସମ୍ପାଦନ କରିଥିଲୋ