ବଲାଙ୍ଗିର, ଗତ ଚାରିଦିନ ଦିନ ହେଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି ହରିଶଙ୍କର ପୀଠର ଗାଡି ରଖିବା ସ୍ଥାନରେ ଏକ କଲରା କଲରାପତ୍ରିଆ ବାଘ ରାତିରେ ବୁଲୁଥିବା ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏଠାରେ ଥିବା ହରିଣ ପାର୍କ ଭିତରେ ପଶିଯାଇ ବାଘଟି ଦୁଇଟି ହରିଣଙ୍କୁ ମାରି ଥିବା ଜଣାଯାଇଛି। ଏ ସମ୍ପର୍କରେ ସ୍ଥାନୀୟ ରେଞ୍ଜ ଅଧିକାରୀଙ୍କୁ ପଚରା ଯିବାରୁ ସେ ତାଙ୍କ ଭିତରେ ମାଡଗୋଳ ଲାଗିଲା ପରେ ମରି ଥାଇ ପାରନ୍ତି ବୋଲି କହିଛନ୍ତି । ଏମାନଙ୍କ ମୃତ୍ୟୁର ସଠିକ୍ କାରଣ ଡାକ୍ତରୀ ମାଇନା ପରେ ଜାଣିହେବ । ତେବେ ଏଠାରେ ଲାଗିଥିବା ସିସିଟିଭି ଫୁଟେଜରୁ ବାଘର ଉପସ୍ଥିତି ଜଣାପଡୁଛି । ଏହି ଅଞ୍ଚଳରେ ପର୍ଯ୍ୟଟନସ୍ଥଳି ହେତୁ ଦୋକାନ ବଜାର କରିଥିବା ଦୋକାନୀ ମାନେ ପରିବାର ସହ ରହୁଥିବାରୁ ଏମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।