
ପୁରୀ ଗୋପାଳ ବଲ୍ଳଭ ରୋଡ଼ ସ୍ଥିତ ଗଣେଶ ପୂଜା କମିଟି ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି | ଗଣେଶ ପୂଜା କମିଟି ମୁଖ୍ୟ ତପନ କାନ୍ତି ଦେ ପତାକା ଉତ୍ତୋଳନ କରିଥିଲେ |ସାଧାରଣତନ୍ତ୍ର ଦିବସ ଅବସରରେ ଆମ ଦେଶକୁ ସ୍ୱାଧୀନ କରାଇ ଥିବା ସ୍ୱାଧୀନତା ସଂଗ୍ରାମୀ ଏବଂ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଲଢ଼ିଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ,ଭଗତ ସିଂ ଏବଂ ସମ୍ବିଧାନ ପୁରୁଷ ବି. ଆର. ଆମ୍ବେଦକର ଙ୍କୁ ମାନେ ପକାଇ ନିଜର ବକ୍ତବ୍ୟ ରଖିଥିଲେ |ଆମ ଆଗାମୀ ଯୁବ ପିଢ଼ି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ କିଭଳି ସଦା ସର୍ବଦା ମାନେ ରଖିବେ ଏବଂ ସେମାନଙ୍କ ବଳିଦାନ ଆଜି ଆମ ଦେଶକୁ ସ୍ୱାଧୀନ ହେବାରେ ସହାୟ ହୋଇଛି ବୋଲି ନିଜ ବକ୍ତବ୍ୟ ରଖିଥିଲେ |ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଶ୍ରୀମନ୍ଦିର ସେବାୟତ ମଣ୍ଟୁ ପଣ୍ଡା ଏବଂ କମିଟିର ସଦସ୍ୟ ସୁକାନ୍ତ ମୂଖୀ, ଅଶୋକ ନାୟକ, ଛବି ପରିଡା, କାର୍ତ୍ତିକ ପରିଡା, ପିଣ୍ଟୁ ସ୍ୱାଇଁ, କାର୍ତ୍ତିକ ମହାପାତ୍ର, ଶିବୁନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ |