ଶୁଭ ଗଣତନ୍ତ୍ର ଦିବସ 🇮🇳 ଯେପରି ଆମେ ଜାଣୁ ଭାରତର ଏକ ଐତିହାସିକ ମୁହୂର୍ତ୍ତର ସ୍ମୃତି ଉଦ୍ଦେଶ୍ୟରେ 73 ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି |ଯେତେବେଳେ 26 ଜାନୁୟାରୀ 1950 ରେ ଭାରତୀୟ ସମ୍ବିଧାନ ଆରମ୍ଭ ହୋଇଥିଲା, ଯାହା ଏକ independent ସ୍ୱାଧୀନ ଗଣତନ୍ତ୍ର ଦେଶ ହେବା ଦିଗରେ ଦେଶର ଦୀର୍ଘ ଦିନର ପରିବର୍ତ୍ତନକୁ ସମାପ୍ତ କରିଥିଲା | ଏହି ଐତିହାସିକ ଦିନରେ ଆମେ ଆମର “ନେସନ୍ ହେରୋସ୍ ଏବଂ ଫ୍ରିଡମ୍ ଫାଇଟର୍ସ” କୁ ମନେ ରଖିବା ଉଚିତ୍ | ଏହାକୁ ପୁରୀ ସହର କୁମୁଟି ପାଟଣା ନିବାସୀ ବଳରାମ ନାୟକଙ୍କ ସୁପୁତ୍ର ବିଶ୍ୱଜିତ ନାୟକ ଜଣେ ଇଞ୍ଜିନୟରିଙ୍ଗ ଛାତ୍ର ଆଇସ୍କ୍ରିମ୍ ଷ୍ଟିକ୍ ବ୍ୟବହାର କରି ଟ୍ରାଇକଲର୍ସ ସହିତ ଏହାକୁ ପ୍ରସ୍ତୁତ କରିଛନ୍ତି | 675 ଆଇସ୍କ୍ରିମ୍ ଷ୍ଟିକ୍ ସହିତ ଏହି ଶିଳ୍ପ ସଂପୂର୍ଣ୍ଣ କରିବାକୁ ତାଙ୍କୁ 6 ଦିନ ସମୟ ଲାଗିଥିଲା ଏବଂ ଏହାର ଉଚ୍ଚତା 2 ଫିଟ୍ ଏବଂ ଲମ୍ବ 3 ଫୁଟ ଅଛି |
ଏଥି ସହିତ ଭୁବନେଶ୍ୱରର ଜଣାଶୁଣା ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ 4 .5 ଫୁଟ ଲମ୍ବ ଏବଂ 2.5 ଫୁଟ ଉଚ୍ଚତା ଥିବା ଏକ କାଚ ଉପରେ ୯ ପ୍ରକାର ରଙ୍ଗ ଥିବା 1500 ଷ୍ଟ୍ର ସlହାଯ୍ୟରେ India gate, କୁତୁବ ମିନାର, ଲାଲ କିଲ୍ଲା, ତାଜ ମହଲ, ଅଶୋକ ଚକ୍ର ଏବଂ ମା ତୁଝେ ସଲାମ ଲେଖି ଦେଶ ପାଇଁ ବଳିଦାନ ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷ,ଭଗତ ସିଂ ଏବଂ ସମ୍ବିଧାନ ପୁରୁଷ ବି. ଆର. ଆମ୍ବେଦକର ଙ୍କର ଚିତ୍ର ଆଙ୍କିଛନ୍ତି l ଏହି ଚିତ୍ର ଅଙ୍କିବା ପାଇଁ ଚିତ୍ରଶିଳ୍ପୀ ପ୍ରିୟଙ୍କାଙ୍କୁ 24 ଘଣ୍ଟା ସମୟ ଲାଗିଥିଲା l
ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ 73 ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |ସେ ତାଙ୍କ ବାଲୁକା କଳା ରେ ଇଣ୍ଡିଆ ଗେଟ ର ଚିତ୍ରଣ କରିବା ସହିତ ଆମ ପ୍ରିୟ ତ୍ରିରଙ୍ଗା ର ଚିତ୍ରଣ କରି ସାରା ଭାରତ ବାସୀ ଙ୍କୁ ସାଧାରଗଣତନ୍ତ୍ର ଦିବସ ର ହାର୍ଦ୍ଧିକ ଅଭିନନ୍ଦନ ଜଣାଇଛନ୍ତି | ଏଥିରେ ସେ “Happy Republic Day” ର ବାର୍ତ୍ତା ଦେଇଛନ୍ତି|
ଏହି ବାଲୁକା ମୂର୍ତ୍ତି କୁ ନିର୍ମାଣ କରିବାକୁ ଶିଳ୍ପୀ ମାନସ ସାହୁ ଙ୍କୁ 5ଘଣ୍ଟା ସମୟ ଲାଗିଥିଲା | ଏହି ବାଲୁକା ମୂର୍ତ୍ତି ଟି ପୁରୀ ର ବଳିଆପଣ୍ଡା ନିକଟସ୍ଥ ବେଳାଭୂମି ରେ ନିର୍ମାଣ କରିଛନ୍ତି ଏବଂ ବାଲୁକା ମୂର୍ତ୍ତି ଟି 5 ଫୁଟ ଓସାର ବିଶିଷ୍ଟ | ସାଧାରଣତନ୍ତ୍ର ଦିବସର ଅବ୍ୟବେହିତ ପୂର୍ବରୁ ସ୍ୟାଣ୍ଡ ଅନିମେଷନ ମାଧ୍ୟମରେ କୋଣାର୍କର ବାଲୁକା ଶିଳ୍ପୀ ଶରିତାଙ୍କ ଦ୍ବାରା ପ୍ରସ୍ତୁତ ଚମତ୍କାର କଳାକୃତି ।