ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ୭୩ତମ ଗଣତନ୍ତ୍ର ଦିବସ କୋଭିଡ ନିୟମ ଅନୁଯାୟୀ ପାଳିତ ହୋଇଯାଇଅଛି । ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏହି ଅବସରରେ ଜାତୀୟ ପତାକା ଉତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।
ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳବ୍ୟବହାରକାରୀଙ୍କ ଉଦ୍ୟେଶରେ ଉଦବୋଧନ ଦେଇ ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାର ଏହି ଅବସରରେ କହିଛନ୍ତି ଯେ, କୋଭିଡ ମହାମାରୀ ପ୍ରତ୍ୟେକ ବ୍ୟକ୍ତି ତଥା ପ୍ରତ୍ୟେକ ସଂଗଠନର ଜୀବନକୁ ଅପ୍ରତ୍ୟାଶିତ ଭାବରେ ପ୍ରଭାବିତ କରିଛି । ସାଧାରଣତ ବିଶ୍ୱର ଲୋକମାନେ କୋଭିଡକୁ ପ୍ରଗତି ଏବଂ ଆନନ୍ଦ ପାଇଁ ଏକ ପ୍ରତିବନ୍ଧକ ଭାବରେ ଦେଖୁଛନ୍ତି, ସେତେବେଳେ ରେଳବାଇ କୋଭିଡ ମହାମାରୀକୁ ଦେଶର ବିକାଶ ତଥା ଏହାର ପ୍ରଗତି ପାଇଁ ଏହାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରିଛି ।
ମହାମାରୀ ସମୟରେ ରେଳବାଇ ଏକ ସୁସ୍ଥ, ଉପଭୋଗ୍ୟ, ଉତ୍ପାଦନକାରୀ ଏବଂ ଆରାମଦାୟକ ଜୀବନଯାପନରେ ବିକଶିତ ହେବା ପାଇଁ ନିଜର ଇଚ୍ଛା ଏବଂ କ୍ଷମତାକୁ ଦୃଢ଼ୀଭୁତ କରିଛି । ରେଳବାଇର ଆଦର୍ଶ ଉତ୍ସର୍ଗୀକୃତ ସେବା ସହିତ, ପୂର୍ବତଟ ରେଳପଥର କାର୍ଯ୍ୟବଳ ସମସ୍ତ ଜୋନ୍ ମଧ୍ୟରେ ସର୍ବୋଚ୍ଚ ମାଲ ପରିବହନ ଜୋନ୍ ଭାବରେ ଅବ୍ୟାହତ ଜାରିରଖିଛି । ଚଳିତ ଆର୍ôଥକ ବର୍ଷରେ ତଥା ଏପ୍ରିଲ୍ -୨୧ ରୁ ଡିସେମ୍ବର -୨୧ ମଧ୍ୟରେ ପୂର୍ବତଟ ରେଳପଥ ହେଉଛି ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଯାହାକି ୨୪୪ ଦିନ ମଧ୍ୟରେ ଦ୍ରୁତତମ ୧୫୦ ନିୟୁତ ଟନ୍ ମାଲ ପରିବହନକୁ ଅତିକ୍ରମ କରି ୧୭୦.୭୮ ନିୟୁତ ଟନ୍ ପାନ୍ୟ ବୋଝେଇ କରି ଗତ ବର୍ଷ ତୁଳନାରେ ୧୮.୩୭% ବୃଦ୍ଧି ଆଣିପାରିଛି । ସୁଧୀର କୁମାର କହିଛନ୍ତି ଯେ ଚଳିତ ଆର୍ôଥକ ବର୍ଷ ଶେଷ ସୁଦ୍ଧା ପୂର୍ବତଟ ରେଳପଥ କାର୍ଯ୍ୟବଳ ୨୨୯.୯୦ ନିୟୁତ ଟାଣ ପଣ୍ୟ ବୋଝେଇର ଲକ୍ଷ୍ୟ ହାସଲ କରିପାରିବ ବୋଲି ଆଶା କରାଯାଉଅଛି ।
ଏହି ଅବସରରେ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ଅନ୍ୟାନ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଉପସ୍ଥିତ ଥିଲେ । ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।