ଭୁବନେଶ୍ୱର, ବରଗଡ଼ ଜିଲ୍ଲାରେ ପଂଚାୟତ ନିର୍ବାଚନ କାର୍ଯ୍ୟକ୍ରମରେ ବିଜେପି ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗ କରିଛି ବିଜେଡି । ସ୍ଥାନୀୟ ସାସଂଦ ତଥା ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ଏବଂ ଜିଲ୍ଲା ପରିଷଦ ପ୍ରାଥୀୀମାନେ କୋଭିଡ ନିର୍ଦ୍ଦେଶନାମାକୁ ଅବମାନନା କରୁଥିବା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି ବିଜେଡି । ଭେଡେନ ଓ ଅତାବିରାର ୬ ଟି ଜୋନରେ ନିର୍ବାଚନ ଆଚରଣ ବିଧିକୁ ଅବମାମନା କରାଯାଇଛି । ଅତାବିରାର ୧, ୨,୩ ନମ୍ବର ଜିଲ୍ଲା ପରିଷଦ ଜୋନ ଓ ଭିଡେନର ୧,୩,୪ ନମ୍ବର ଜିଲ୍ଲା ପରିଷଦ ଜୋନରେ ନିୟମ କାନୁନ ଭଙ୍ଗ କରାଯାଉଛି । ଭାରତୀୟ ଜନତା ପାର୍ଟିର ନେତାଙ୍କ ନେତୃତ୍ୱରେ ନିର୍ବାଚନ ବେଳେ ଏଭଳି ବ୍ୟତିକ୍ରମ ବାରମ୍ବାର ଦେଖାଯାଉଥିବାରୁ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି ।
ବିଜେଡି ପ୍ରତିନିଧି ଦଳରେ ମୁଖପାତ୍ର ଲେଲିନ୍ ମହାନ୍ତି , ସୁଲତା ଦେଓ , ଏଲିନା ଦାସ , ଇପସିତା ସାହୁ ପ୍ରମୁଖ ସାମିଲ ଥିଲେ ।