ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଗତକାଲି ପବିତ୍ର ସାଧାରଣତନ୍ତ୍ର ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପତାକା ଉତୋଳନ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତୋଳନ କରି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତାୟ ଜାତୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ୧୯୫୦ ମସିହା ଆଜିର ଦିନରେ ଆମର ଦେଶର ଶାସନ ବ୍ୟବସ୍ଥା ନିମନ୍ତେ ସମ୍ବିଧାନ ପ୍ରତିଷ୍ଠା ହୋଇଥିଲା । ଏହି ସମ୍ବିଧାନ ପୃଥିବୀରେ ବିରଳ ଓ ବହୁ ଦେଶ ଏହାର ଉଚ୍ଚପ୍ରଶଂସା କରିଛନ୍ତି । କିନ୍ତୁ ଆଜି ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କୁ ଅପଦସ୍ତ କରାଯାଉଛି । ଏହାକୁ ଆମେ କେବେ ବରଦାସ୍ତ କରିପାରିବା ନାହିଁ । ଗଣତନ୍ତ୍ରକୁ ସମ୍ମାନ ଦେବା ସହ ଏହାକୁ ବଂଚାଇ ରଖିବାପାଇଁ ସମସ୍ତେ ଆଗଭର ହେବାକୁ ଶ୍ରୀ ରାଉତରାୟ ଆହ୍ୱାନ କରିଥିଲେ । ସେବାଦଳ ପକ୍ଷରୁ ଜ୍ୟୋତିଷ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।