ଭୁବନେଶ୍ୱର, ସଂକ୍ରମଣ ସବୁ ଜିଲ୍ଲାରେ ରହିଛି । ଲୋକମାନଙ୍କ ବ୍ୟବହାରରେ ଯେମିତି ସଂକ୍ରମଣ ନ ବଢ଼ୁ ସେ ନେଇ ଯତ୍ନବାନ ହେବାର ରହିଛି । କେବଳ ସହରରେ ନୁହେଁ, ଗାଁମାନଙ୍କରେ ମଧ୍ୟ ସଂକ୍ରମଣର ଉପସ୍ଥିତି ରହିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତ ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରି ସାରିଛି ବୋଲି । ଯାହା କି ଏକ ଆଶ୍ୱସ୍ତିର ଖବର ମଧ୍ୟ କୁହାଯାଇପାରେ । ସେ କହିଛନ୍ତି ଯେ ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ ଆକଳନ ଭୁଲ ହୋଇ ପାରେ । ରାଜ୍ୟରେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟା ୬ ରୁ ୭ ଭିତରେ ରହୁଛି । ରାଜ୍ୟରେ ଫଟର୍ନିଟି ରେଟ କମ ଅଛି । ଯେତିକି ସରକାରଙ୍କ ତଥ୍ୟ ଦିଆଯାଇଛି ୯୫% ବହୁବିଧ ରୋଗୀ ରହୁଛନ୍ତି । ବର୍ତମାନର ମୃତ୍ୟୁସଂଖ୍ୟା ଦେଖି ରାଜ୍ୟରେ ମୃତ୍ୟୁ ବଢିଛି ବୋଲି କହି ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।