-
7 ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ମୃତକଙ୍କ ମଧ୍ୟରେ ବିଜେପି
-
ବିଧାୟକଙ୍କ ପୁଅ ମଧ୍ୟ ସାମିଲ
ମୁମ୍ବାଇ, ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର 40 ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପୋଲିସ ସମସ୍ତ ଶବକୁ ପୋଷ୍ଟମର୍ଟମ
ପାଇଁ ପଠାଇଛି। ସାୱାଙ୍ଗି ପୋଲିସ ଘଟଣାର ତଦନ୍ତ କରୁଛି। ମହାରାଷ୍ଟ୍ର ପୋଲିସ ଦେଇଥିବା ସୂଚନାନୁସାରେ, ସମସ୍ତ ଛାତ୍ର ମାନେ ଜନ୍ମଦିନ ପାଳନ କରିବାକୁ ଦେଓଲି ଯାଇଥିଲେ। ସେଠାରୁ ୱାର୍ଧାକୁ
ଫେରୁଥିବାବେଳେ ନୀରଜ ଚୌହାନ ନାମକ ଜଣେ ଯୁବକ କାର ଚଳାଉଥିଲେ। ସେଲସୁରା ଅଞ୍ଚଳର ନଦୀ ସେତୁ ଉପରେ ରାତି ପ୍ରାୟ ଗୋଟାଏ ବେଳେ କାରର ଚାଳକ ହଠାତ୍ ନିୟନ୍ତ୍ରଣ ହରାଇଥିଲା ଏବଂ କାରଟି 40 ଫୁଟ ତଳକୁ ଖସିଗଲା | ଏହି କାରଣରୁ କାରଟି ସମ୍ପୂର୍ଣ୍ଣ ଚୁରମାର
ହେବା ସହ କାରରେ ଥିବା ସମସ୍ତ ଛାତ୍ର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ମୃତକଙ୍କ ମଧ୍ୟରୁ ଅଭିଷେକ ରାହୁଣ୍ଡଗଲେ, ନୀରଜ ଚୌହାନ, ନୀତେଶ ସିଂ, ବିବେକ ନନ୍ଦନ, ପ୍ରତ୍ୟୁଷ ସିଂ, ଶୁଭମ ଜାୟସୱାଲ ଏବଂ ପୱନ ଶକ୍ତି ରହିଥିବା
ଜଣାପଡିଛି। ଏମାନଙ୍କ ମଧ୍ୟରୁ ଅଭିଷେକ ଦତ୍ତା ମେଘେ ମେଡିକାଲ୍ କଲେଜର ଛାତ୍ର ହୋଇଥିବା ବେଳେ ଅନ୍ୟମାନେ ସାୱାଙ୍ଗି ମେଡିକାଲ୍ କଲେଜର ଛାତ୍ର ଥିଲେ | ଏହି ଘଟଣାରେ ମହାରାଷ୍ଟ୍ରର ତିରୋଡା ବିଧାନସଭା ନିର୍ବାଚନମଣ୍ଡଳୀ ବିଧାୟକ ବିଜୟ ରାହୁଣ୍ଡଗଲଙ୍କ ପୁତ୍ର ଅଭିଷେକଙ୍କ ମଧ୍ୟ ମୃତ୍ୟୁ
ଘଟିଛି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ୱାର୍ଡ ଜିଲ୍ଲା ପୋଲିସ ଅଧିକାରୀ ପୀୟୁଷ ଜଗତାପ, ସବାଙ୍ଗୀ ପୋଲିସ ଷ୍ଟେସନର ପୋଲିସ ଅଧିକାରୀ ମାନେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ
।