ଶ୍ରୀନଗର – ଜାମ୍ମୁ କାଶ୍ମୀରର ବାରାମୁଲା ଜିଲ୍ଲାରେ ସୁରକ୍ଷାବଳର ଜବାନ ମାନେ ଲଶ୍କର- ଏ- ତୋଇବାର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି । ସୋପୋରର ଦାନିଶ ଅହମଦ ନାମକ ଏହି ଲଶ୍କରର ଆତଙ୍କବାଦୀ ଅନେକ ବଜାରରେ ଗ୍ରେନେଡ ଆକ୍ରମଣ ମାମଲାରେ ସାମିଲ ଥିଲା ।
ମିଳିଥିବା ସୂଚନା ଅନୁସାରେ ସୁରକ୍ଷାବଳର ଜବାନ ମାନେ ଏକ ତଲାଶୀ ଅଭିଯାନ ବେଳେ ତାକୁ ଗିରଫ କରିଛନ୍ତି । ତା ନିକଟରୁ ପିସ୍ତଲ ଓ ହ୍ୟାଣ୍ଡ ଗ୍ରେନେଡ ଜବତ କରା ଯାଇଛି । ସେ କିଛି ମାସ ଧରି ଫେରାର ଥିବା ପୋଲିସ କହିଛି ।
ସେ ଶ୍ରମିକ ମାନଙ୍କ ହତ୍ୟା ତଥା ଫଳ ବେପାରୀ ପରିବାର ଉପରେ ଆକ୍ରମଣ ମାମଲାରେ ମଧ୍ୟ ସାମିଲ ଥିଲା ।