
-
୨୭୦ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ଗିରଫ
ଖୋର୍ଦ୍ଧା, ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଚଢ଼ଉ କରାଯାଇଛି । ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ଼ ଖୋର୍ଦ୍ଧା ସହରର ସାମନ୍ତରାପୁର ଓ ଭେଟନାରୀ କାର୍ଯ୍ୟାଳୟ ନିକଟରେ ଥିବା ଏକ ପରିବା ଦୋକାନ ଉପରେ ଚଢ଼ଉ କରିଛି । ଚଢ଼ଉ ବେଳେ ଏସବୁ ସ୍ଥାନରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ଜଣକୁ ଗିରଫ କରାଯାଇଛି । ଗିରଫ ଜଣକ ହେଲେ ସାମନ୍ତରାପୁର ଅଂଚଳର ରାଜେନ୍ଦ୍ର କୁମାର ପୃଷ୍ଟି । ତା ଠାରୁ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ୨୭୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରିଛି । ଜବତ ଏହି ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି । ଅବକାରୀ ଫ୍ଲାଇଂ ସ୍କ୍ୱାଡ୍ ର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ କରାଯାଇଥିଲା ।