
ଆର.ଉଦୟଗିରି, ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ଆର.ଉଦୟଗିରି ପଚାଂୟତର ବି.ଅନ୍ତଲି ଗ୍ରମର ମୋଉଜା ଅଂଚଳର ଜଙ୍ଗଲରେ ଅବକାରୀ, ପୁଲିସ, ବନବିଭାଗ ଏବଂ ରାଜସ୍ୱ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ସଂରକ୍ଷିତ ଜଙ୍ଗଲ ଉପରେ ବେଆଇନ ଭାବେ୧୦୩.୬୮୩ ଏକର ଜମିରେ ୨ ଲକ୍ଷ ୭ ହଜାର ୩୬୬ ଲଗାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଗଜପତି ଏସପି ଜୟରାମ ସତପଥିଙ୍କ ନିର୍ଦେଶ କ୍ରମେ ପାରଳାଖେମୁଣ୍ଡି ଅବକାରୀ ଇନ୍ସପେକ୍ଟର, ଆର.ଉଦୟଗିରି ଥାନା ଅଧିକାରୀ, ସ୍ଥାନୀୟ ବନ ବିଭାଗ, ରାଜସ୍ୱ ବିଭାଗ ଅବକାରୀ ଓ ପୁଲିସ ବିଭାଗ କର୍ମଚାରୀ ମିଳିତ ଭାବେ ଦିନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ କଟର ମେସିନ୍ ସାହାଯ୍ୟରେ ଏହି ଗଞ୍ଜେଇ ଗଛକୁ କଟାଯାଇ ପୋଡି ନଷ୍ଟ କରାଯାଇଥିଲା । ଏହାର ଅ।ନୁମାନିକ ମୂଲ୍ୟ ୨୦ କୋଟି ୭୩ ଲକ୍ଷ ୬୬ ହଜାର ହେବ ବୋଲି ଥାନା ଅଧିକାରୀ ରବୀନ୍ଦ୍ର କୁମାର ପଣ୍ଡା ସୁଚନା ପ୍ରଦାନ କରିଛନ୍ତି । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଆର,ଉଦୟଗିରି ତହସିଲିଦାର ନାରାୟଣ ବେହେରା ଓ ଏ ଆରଇ ଏମ ସୁଧାକର ଉପସ୍ଥିତ ଥିଲେ । ଆର,ଉଦୟଗିରି ଥାନାରେ ଏ ସଂକ୍ରାନ୍ତରେ ୧୪/୨୨ ରେ ଏକ ମାମଲା ରୁଜୁ କରାଯାଇଛି ।