ନୂଆଦିଲ୍ଲୀ – ଇସଲାମିକ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟର ନୂଆ ମୁଖ୍ୟ ଅଲ କୁରୈସୀକୁ ଇଜିପ୍ଟ ଓ ବଙ୍ଗଳାଦେଶର ଆତଙ୍କବାଦୀ ସଂଗଠନ ମାନେ ସମର୍ଥନ ପ୍ରଦାନ କରିଥିବା ଜଣା ପଡିଛି । ଆଇଏସଆଇଏସ ର ମିଡିଆ ଶାଖା ପକ୍ଷରୁ ଏହି ସୂଚନା ପ୍ରଦାନ କରା ଯାଇଛି ।
ଆଇଏସଆଇଏସ ର ଖବର ପ୍ରଦାନ କରୁଥିବା ନୈସନ ନ୍ୟୁଜ ଏପରି କିଛି ଫଟୋ ଜାରୀ କରିଛି ଯେଉଁଥିରେ ବଙ୍ଗଳାଦେଶରୁ ଆସିଥିବା ମୁଷ୍ଟିମେୟ ଆତଙ୍କବାଦୀ ଓ ଇଜିପ୍ଟର ଆତଙ୍କବାଦୀ ସଂଗଠନ ସିନାଇର ସଦସ୍ୟ ମାନେ ଆଇଏସଆଇଏସ ର ପତାକା ତଳେ ଠିଆ ହୋଇ ଏବେ ଅବୁ ଇବ୍ରାହିଲ ଅଲ ହାସମୀ ଅଲ କୁରୈସୀ ପ୍ରତି ନିଜର ନିÂା ଥିବା କହୁଛନ୍ତି । ସମସ୍ତଙ୍କର ଚେହେରାକୁ ଢଙ୍କା ଯାଇଥିଲା ।
ଉଲ୍ଲେଖନୀୟ ଯେ ଗତ ୨୭ ତାରିଖ ଦିନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଭିଜନ ପ୍ରସାରଣରେ ଆଇଏସଆଇଏସ ର ମୁଖ୍ୟ ବାଗଦାଦୀ ମୃତ୍ୟୁବରଣ କରିଥିବା କଥା କହିଥିଲେ । ଏହା ପରେ ଅବୁ ଇବ୍ରାହିଲ ଅଲ ହାସମୀ ଅଲ କୁରୈସୀକକୁ ସଂସ୍ଥାର ନୂଆ ମୁଖ୍ୟ ବୋଲି ଘୋଷଣାକରା ଯାଇଥିଲା ।