
ଭୁବନେଶ୍ୱର, ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଗାଇଡ୍ ଲାଇନ୍ ଅନୁଯାୟୀ ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ଜାତୀୟ ପତାକା ଉତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫ ଜଣ ଉପସ୍ଥିତ ରହିପାରିବେ ।
ସେହିପରି କ୍ଲବ୍, ବେସରକାରୀ ଅନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତୋଳନ ପାଇଁ ୧୦ ଜଣଙ୍କୁ ଅନୁମତି ଦିଆଯିବ । ଜାତୀୟ ପତାକା ଉତୋଳନ ବେଳେ ମାସ୍କ ପିନ୍ଧିବା, ସାନିଟାଇଜ୍ କରାଯିବା ଓ ସାମାଜିକ ଦୂରତା ବଜାୟ ରଖିବା ଭଳି ସବୁ କୋଭିଡ୍ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି ।