
ବଲାଙ୍ଗିର, ଡୁମାଲ ସମାଜ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋରୁ ବଜାର ଯିବା ରାସ୍ତାରେ ସମସ୍ତଙ୍କୁ ମାକ୍ସ ବଣ୍ଟନ କରାଯାଇଛି । ଭିଡ଼କୁ ବିନା ମାକ୍ସରେ ଗଲେ ସଂକ୍ରମଣର ବିପଦ ଥିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ପାଳନ ପାଇଁ ସଚେତନ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ସହରାଞ୍ଚଳ ସଭାପତି ସଞ୍ଜୟ କୁମାର ମହାକୁର ସମ୍ପାଦକ ମଳିଆ ଗଡୁଅ କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ମହାକୁର ସମେତ ଅନ୍ୟ ମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।