
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
“ଜଳ ହିଁ ଜୀବନ “ଏହାର ଅପଚୟ କୁ ସୁରକ୍ଷା ଦେବା ଏହି ସଚେତନ ଟାର ବାର୍ତ୍ତା ନେଇ ହରିଆନା ବାହାରିଥିବା ସୁବାଷ ସୋମବାର ସାଇକଲ ରେ ଦିର୍ଘପଥ ଅତିକ୍ରମ କରି ଶ୍ରୀକ୍ଷେତ୍ର ରେ ପହଂଚିଛନ୍ତି। ଏପ୍ରିଲ ୨୦୨୧ ରୁ ଯାତ୍ରା ଆରମ୍ଭ କରିଥିବା ସୁଭାଷ କୁମାର ଦୀର୍ଘ ୮୩୦୦ କି.ମି ବିଭିନ୍ନ ରାଜ୍ୟ ଯଥା ହରିୟଣା, ପଞ୍ଜାବ,ରାଜସ୍ଥାନ, ୟୁପି,ବିହାର, ପଶ୍ଚିମ ବେଙ୍ଗଲ ଆଦି ରାଜ୍ୟ ରେ ସଚେତନତା ବାର୍ତ୍ତା ବାଣ୍ଟି ସୁବାଷ ଓଡ଼ିଶା ରେ ଏହି ବାର୍ତ୍ତା ଦେଇଛନ୍ତି । ଲାୟନସ୍ କ୍ଲବ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜଳ ମିଶନ ରୁ ପ୍ରେରଣା ପାଇଥିବା ସୁବାଷ ଭାରତର ପ୍ରତ୍ୟେକ ଗାଁ ଓ ସହର ରେ ଜଳ ସଂରକ୍ଷଣ ଓ ଜଳ ଅପଚୟ କୁ ରୋକିବା ପାଇଁ ସଚେତନତା ସୃଷ୍ଟି କରିଛନ୍ତି ।ଈଶ୍ୱର ଙ୍କ ଦାନ ଜଳ ଓ ପ୍ରାକୃତିକ ସମ୍ପଦ ର କିପରି ସୁରକ୍ଷା କରାଯାଇପାରିବ ତାହା ତାଙ୍କର ଏହି ପରିଭ୍ରମଣ ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସୁଭାଷ କହିଛନ୍ତି । ଜଳ ଜୀବନ ପାଇଁ ଅପରିହାର୍ଯ୍ୟ ଓ ଆଜିଠାରୁ ଏହାର ଅପଚୟ କୁ ରୋକା ନଗଲେ ଦିନ ଆସିବ ପୃଥିବୀ ର ପ୍ରାଣୀ ସମ୍ପଦ ଜଳ ବିନା ଧ୍ଵସ ପାଇଵ ବୋଲି ସତର୍କ ସୂଚନା ଦେଇଛନ୍ତି ସୁବାଷ କୁମାର |