ପୁରୀ ମଙ୍ଗଳାଘାଟ ବାଇପାସ ଛକକୁ ଶହୀଦ ବେଙ୍ଗପାଣିଆଙ୍କ ନାମରେ ନାମିତ କରାଯିବା ଲାଗି ଦାବୀ ଉପସ୍ଥାପନା କରାଯାଇଛି |ଶନିବାର ପ୍ରାତଃ ୮ ଘଣ୍ଟିକା ସମୟରେ ଗଦାଧର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ଶହୀଦ ବେଙ୍ଗପାଣିଆ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ଶହୀଦଙ୍କ ସମ୍ବନ୍ଧରେ ସ୍ମୃତି ଚାରଣ କରାଯାଇଥିଲା |ଏଥିରେ ଆପଣଙ୍କ ସେବାରେ “ଅନୁଷ୍ଠାନର ରାଜ୍ୟ ମହାସଚିବ ଶ୍ରୀମନୋଜ ରଥ, ରାଜ୍ୟ ଉପସଭାପତି ଶ୍ରୀ ବିଜୟ କୃଷ୍ଣ ବ୍ରହ୍ମା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଙ୍କଜ ଲୋଚନ ପଳାଇ, ସ୍ମୃତି ସଂସଦର ସଭାପତି ଶ୍ରୀ ଦାମୋଦର ଦାଶ, ଦୈନିକ ପତ୍ରିକା ସାନମାର୍ଗର ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ବିଜେପି ନେତ୍ରୀ ତଥା ସମାଜସେବୀ ରଞ୍ଜିତା ପାଢ଼ୀ ଓ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟ ମାନେ ଶହୀଦଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ |ବରିଷ୍ଠ ସାମ୍ବାଦିକ ଶ୍ରୀ ଜଗନ୍ନାଥ ବସ୍ତିଆ ଆସନ୍ତା ବର୍ଷ ଶହୀଦଙ୍କ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ପରାମର୍ଶ ଦେଇଥିଲେ |ଏଥି ସହିତ ଶହୀଦ ବେଙ୍ଗପାଣିଆ ଶିଶୁ ଅଧିକାର କ୍ଲବ ଗୌଡ଼ବାଡ଼ ସାହି ତେଲୁଗୁ ବସ୍ତିରେ ଗଠନ କରାଗଲା ଏବଂ ଅପରାହ୍ନ ୪ ଘଂଟିକା ସମୟରେ ସର୍ଵମଙ୍ଗଳା ପାଠାଗାର, ମାର୍କଣ୍ଡସ୍ୱର ସାହି ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା |ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ |
Related Stories
November 23, 2024