ବ୍ୟାଙ୍କକ – ଆସିଆନ ଆମର ଆକ୍ଟ ଇଷ୍ଟ ( ପୂର୍ବ ଆଡକୁ ଦେଖ) ନୀତିର ଅବିଚ୍ଛେଦ୍ୟ ଅଙ୍ଗ ରହିଛି ଓ ସବୁବେଳେ ରହିବ । ଏକ ସମନ୍ୱିତ ଓ ପ୍ରଗତିଶୀଳ ଆସିଆନର ଭାରତ ପକ୍ଷ ନେବ । ବ୍ୟାଙ୍କକରେ ଆୟୋଜିତ ୧୬ତମ ଆସିଆନ- ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।
ସେ କହିଛନ୍ତି ଯେ ଆମର ସାମୁଦ୍ରିକ ସୁରକ୍ଷା, ସାମୁଦ୍ରିକ ସମ୍ବଳ ସହ ଜଡିତ ଅର୍ଥନୀତି ତଥା ଏ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସହଯୋଗ ଉପରେ ନିଜର ବୁଝାମଣାକୁ ମଜବୁତ କରିବାକୁ ଚାହୁଁଛୁ ।
ଏହା ସହିତ ଆସିଆନ ଦେଶ ମାନଙ୍କର ଭୌତିକ ସ୍ଥିତି ଓ ଡିଜିଟାଲ ସମ୍ପର୍କ ପାଇଁ ଏକ ବିଲିୟିନ ଡଲାରର ଭାରତୀୟ ଲାଇନ ଅଫ କ୍ରେଡିଟ ଉପଯୋଗୀ ହେବ । ଅଧ୍ୟୟନ, ଅନୁସନ୍ଧାନ, ବାଣିଜ୍ୟ ତଥା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଆମର ଲକ୍ଷ୍ୟ ଅଟେ ବୋଲି ଶ୍ରୀ ମୋଦି କହିଛନ୍ତି ।