ଭୁବନେଶ୍ୱର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ମୁଁ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛି । ଏବେ ଡାକ୍ତରୀ ଚିକିତ୍ସାରେ ରହିଛି । ଯେଉଁମାନେ ଗତକିଛି ଦନି ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନେ କୋଭିଡ ନିୟମ ମାନନ୍ତୁ ଏବଂ ସତର୍କ ରୁହନ୍ତୁ ।