
ଢ଼େଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ଖଡ଼ଗପ୍ରସାଦ ଘାଟରେ ଡ଼ଙ୍ଗା ବୁଡି ଘଟଣାରେ ଆଜି ଭୋର୍ ରୁ ଜଣକ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାମ ବାପୁନି ଆଚାର୍ଯ୍ୟ । ତାଙ୍କ ଘର କୁନ୍ଦନଦେଇପୁରରେ । ବାପୁନିଙ୍କ ମୃତଦେହ ପରଜଙ୍ଗ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ନିକଟରୁ ଠାବ କରାଯାଇଛି । ସ୍ଥାନୀୟ ଲୋକେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଥିଲା । ଏହି ଡ଼ଙ୍ଗା ବୁଡି ଘଟଣାରେ ଏବେ ବି ୩ ଜଣ ନିଖୋଜ ଅଛନ୍ତି । ସେମାନେ ହେଲେ ପରଜଙ୍ଗ ଥାନା ଅନ୍ତର୍ଗତ ରୋଡ ଗାଁର ରମେଶ ସାହୁ, ସୁଶାନ୍ତ ସାହୁ ଏବଂ ଲୁଲୁ ସାହୁ । ପ୍ରକାଶ ଥାଉ କି, ଗତ ଶନିବାର ରାତି ପ୍ରାୟ ୮ଟା ସମୟରେ ବ୍ରାହ୍ମଣୀ ନଦୀର ଖଡ଼ଗପ୍ରସାଦ ଘାଟରୁ ଏକ ଦେଶୀ ଡ଼ଙ୍ଗାରେ ବିପଦସଙ୍କୁଳ ଅବସ୍ଥାରେ ଦୁଇ ଜଣ ନାଉରିଆଙ୍କ ସମେତ ୭ ଜଣ ଯାତ୍ରୀ ମୋଟ୍ ୯ ଜଣ ନଦୀ ପାର୍ ହେଉଥିଲେ । ହେଲେ ମଝି ନଈରେ ଡ଼ଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ୫ ଜଣ ପହଁରି ପହଁରି କୂଳକୁ ଆସି ଜୀବନ ବଂଚାଇ ଥିବା ବେଳେ ଘଟଣା ପର ଠାରୁ ଅନ୍ୟ ୪ ଜଣ ନିଖୋଜ ଥିଲେ ।