ଭୁବନେଶ୍ୱର – ପୂର୍ବତନ ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ସ୍ମରଣରେ ରାଜ୍ୟ ବିଜେପି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ୧୦.୩୦ରେ ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ ଠାରେ ସାର୍ବଜନୀନ ଓ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯିବ ।
ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ରାଜ୍ୟର ସମସ୍ତ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ସ୍ୱେଚ୍ଛାସେବୀ, ସମାଜସେବୀ, ସାମ୍ବାଦିକ, ବୁଦ୍ଧିଜୀବୀ, ଶୁଭେଚ୍ଛୁ, ସମର୍ଥକଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦାନ କରିବାକୁ ଅନୁରୋଧ କରାଯାଇଛି ବୋଲି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସ୍ୱର୍ଗତଃ ଜେଟଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି । ସ୍ୱର୍ଗତଃ ଜେଟଲୀ ଜଣେ ବରିଷ୍ଠ ଆଇନଜୀବୀ ସହ ଦକ୍ଷ ରାଜନୀତିଜ୍ଞ ଥିଲେ । ଉଭୟ କୁଟନୀତି ଓ ରାଜନୀତୀରେ ସେ ପୂରା ପାରଙ୍ଗମ ଥିଲେ । ଭାରତୀୟ ରାଜନୀତିରେ ସ୍ୱର୍ଗତଃ ଜେଟଲୀଜୀଙ୍କ ଅବଦାନ ଅତୁଳନୀୟ ଥିଲା । ଭାରତର ଆର୍ଥକ ବୃଦ୍ଧି, ପ୍ରତିରକ୍ଷା କ୍ଷମତାକୁ ମଜବୁତ କରିବା ଏବଂ ଅନ୍ୟ ଦେଶମାନଙ୍କ ସହ ବାଣିଜ୍ୟ ସଂପର୍କ ବୃଦ୍ଧି କରିବାରେ ତାଙ୍କର ଅନେକ ଯୋଗଦାନ ରହିଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।